ସପ୍ତାହନ୍ତ ସଟଡାଉନ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଜିଲ୍ଲାପାଳ

ତାଲିକା ସଂଗ୍ରହ ସର୍ଭେ କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କଲେ ବରିଷ୍ଠ ଅଧିକାରୀବୃନ୍ଦ

ରାୟଗଡ, (ଶିବ ନାରାୟଣ ଗୈାଡ): କୋଭିଡ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲାର ଚାରୋଟି ସହରାଞ୍ଚଳରେ ଦୁଇ ଦିନିଆ ସଟଡାଉନ କରାଯାଇ କଡାକଡି ଭାବରେ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ରବିବାର ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସହରର ରେଳ ଷ୍ଟେସନ, ଆଂଚଳିକ ଶିଳ୍ପ ଛକ, ମଙ୍ଗଳା ମନ୍ଦିର, ସାରଳା ଛକ, ରୋଇତ କୋଲନି, ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ ଆଦିକୁ ଯାଇ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଆୟୋଜନକୁ ଅନୁଧ୍ୟାନ କରିଥିଲେ।


କୋରନାର ଦ୍ବିତୀୟ ଲହରୀ ରାୟଗଡ ଜିଲ୍ଲାରେ ଦିନକୁ ଦିନ ପ୍ରଭାବ ବିସ୍ତାର କରୁଥିବା ଯୋଗୁଁ ଏହାକୁ କିପରି ମୁକାବିଲା କରି ରୋକାଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ବିଶେଷ ଭାବରେ ଚେଷ୍ଟା ଜାରି ରଖିଛି ବୋଲି ଜିଲ୍ଲାପାଳ କହିଥିଲେ।


ସେହିପରି ବାହାର ରାଜ୍ୟରୁ ରାୟଗଡ ଜିଲ୍ଲାକୁ ବିଶେଷ କରି କୁମ୍ଭମେଳା ଓ ଅନ୍ୟ ରାଜ୍ୟରୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ଲୋକମାନଙ୍କୁ ସଚେତନ କରି କୋରନା ଠାରୁ ଦୂରେଇ ରଖାଯିବା ନେଇ ଜିଲ୍ଲାପାଳ ଗୁରୁତ୍ୱ ଦେଉଛନ୍ତି।


ରାୟଗଡ ସହରର ବିଭିନ୍ନ ଛକମାନଙ୍କରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କୁ ମାସ୍କ ବ୍ୟବହାର ନେଇ ସଚେତନତ କରୁଛନ୍ତି।ଏହାସହିତ ଘରକୁ ଘର ଅଙ୍ଗନବାଡି କର୍ମୀ, ଆଶା,ଏଏନଏମ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ବାହାର ରାଜ୍ୟରୁ ଫେରି ଆସିଥିବା ଓ ଜ୍ୱରର ଲକ୍ଷଣ ଥିବା ଲୋକମାନଙ୍କ ସର୍ଭେ କରୁଛନ୍ତି। ଏହାକୁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ପର୍ଯ୍ୟବେକ୍ଷଣ ଓ ପର୍ଯ୍ୟାଲୋଚନା ସଟଡାଉନ ସ୍ଥିତି ମଧ୍ୟରେ ଅନୁଧ୍ୟାନ କରିଛନ୍ତି।


ବିଶେଷ କରି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି-ଡିଆରଡ଼ିଏ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ଯେ. ସାନାଲ, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ମାନେ ତଦାରଖ କରୁଛନ୍ତି। ପିଡି – ଡିଆରଡ଼ିଏ, ରାୟଗଡ ତଥା କୋଭିଡ -୧୯ର ନୋଡାଲ ଅଧିକାରୀ ଶ୍ରୀ ନାଏକ ବିଷମକଟକ ଓ ମୁନିଗୁଡା ବ୍ଳକ ଗସ୍ତ କରି କୋଭିଡ କ୍ୟାୟାର ସେଣ୍ଟର, ମୁନିଗୁଡା ରେଳ ଷ୍ଟେସନ ଆଦି ପରିଦର୍ଶନ କରି ଫେରେନ୍ତାଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.