ଓଡ଼ିଶା କୁରାଳ ମହାସଂଘ ତରଫରୁ ଶୋକସଭା

ଭବାନୀପାଟଣା: ଓଡିଶା କୁରାଳ ମହାସଂଘ ତରଫରୁ ଏକ ଶୋକସଭା ଡିଜିଟାଲ ପ୍ଲାଟଫର୍ମ ଗୁଗୁଲ ମିଟରେ ଆୟୋଜିତ ହୋଇଯାଇଛି। ସମାଜର ତିନି ସକ୍ରିୟ କର୍ମକର୍ତ୍ତା ନୂଆପଡାର ଯୁଗଳ ରଣା, କାମଦେବ ରଣା ଓ କଳାହାଣ୍ଡିର ସୁରେନ୍ଦ୍ର ରଣାଙ୍କ କରୋନାରେ ଅକାଳ ବିୟୋଗ ନେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେଇ ଦିବଂଗତ ବ୍ୟକ୍ତିମାନଙ୍କ ସ୍ମୃତିଚାରଣ ପୂର୍ବକ ଆଗାମୀ ଦିନରେ ମହାସଂଘ ପକ୍ଷରୁ କୋଭିଡ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାସଚିବ କେଦାରନାଥ ରଣା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରାଜ୍ୟ ସଭାପତି ସରୋଜ ବେହେରା, ଉପସଭାପତି ରାଧେଶ୍ୟାମ ରଣା, ରୋହିତ ରଣା, ଗଙ୍ଗାଧର ରଣା, ଲବକାନ୍ତ ରଣା, ବିଶ୍ୱନାଥ ରଣା, ଇଂଦଲ ରଣା, ଯୁଗଳ ରଣା ପ୍ରମୁଖ ମତବ୍ୟକ୍ତ କରିବା ସହ ଶୋକ ସନ୍ତ୍ୱପ୍ତ ପରିବାର ପ୍ରତି ସମବେଦନା ଜଣେଇଥିଲେ। ସଭା ପରିଚାଳନା କରିଥିଲେ ଯୁବଲେଖକ ଡିଲେଶ୍ୱର ରଣା। ଏଥିରେ ସମ୍ବଲପୁର, ବଲାଙ୍ଗୀର,କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ଼, ନବରଙ୍ଗପୁର, ଛତିଶଗଡ଼, ମାଲକାନଗିରିରୁ ସାମାଜିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.