ୱାର୍ଡ ସଭ୍ୟ ବସନ୍ତ ଗହୀରଙ୍କ ବିୟୋଗରେ ଶୋକସଭା

ଲାଞ୍ଜିଗଡ: ଲାଞ୍ଜିଗଡ ପଞ୍ଚାୟତର ୪ ନଂ ୱାର୍ଡ ସଭ୍ୟ ବସନ୍ତ ଗହୀରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଗତ ୨୨ ତାରିଖରେ ଅକସ୍ମାତ ତାଙ୍କର ପରଲୋକ ହୋଇ ଯାଇଥିଲା। ତାଙ୍କ ଆବର୍ତ୍ତମାନରେ ପଞ୍ଚାୟତ କର୍ତ୍ତୃପକ୍ଷ ତଥା ୱାଡ଼ ସଭ୍ୟ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ସୋମବାର ପଞ୍ଚାୟତ କର୍ତ୍ତୃପକ୍ଷ ଓ ୱାଡ଼ ସଭ୍ୟଙ୍କ ପକ୍ଷରୁ ଲାଞ୍ଜିଗଡ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଲାଞ୍ଜିଗଡ ସରପଞ୍ଚ ସୁଶ୍ରୀ ମଣି ମାଝୀ ଓ ନାଏକ ସରପଞ୍ଚ ଶ୍ରୀପତି ନଏକଙ୍କ ନେତୃତ୍ୱରେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ସମସ୍ତ ୱାଡ଼ ସଭ୍ୟ ସଭ୍ୟା ପଞ୍ଚାୟତ ପରିସରରେ ଏକତ୍ରୀତ ହୋଇ ସ୍ବର୍ଗତ ଶ୍ରୀ ଗହୀରଙ୍କ ଆତ୍ମାର ସଦଗତି କାମନା କରି ପୁଷ୍ପମାଳା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏଥିରେ ଲାଞ୍ଜିଗଡ ସରପଞ୍ଚ ସୁଶ୍ରୀ ମଣି ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରମେଶ୍ବର ସେନାପତି, ଯୋଗାଣ ସହାୟକ ରାଜେନ୍ଦ୍ର କୁମାର ମହାଖୁଡ଼, ନାଏକ ସରପଞ୍ଚ ଶ୍ରୀପତି ନାଏକଙ୍କ ସମେତ ପଞ୍ଚାୟତର ବିଭିନ୍ନ ୱାଡ଼ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.