ମୋଟେର ପଞ୍ଚାୟତକୁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

କୋକସରା: କରୋନାର ଦ୍ବିତୀୟ ଲହରକୁ ପ୍ରତିହତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହି କ୍ରମରେ କୋକସରା ବ୍ଲକର ମୋଟେର ପଞ୍ଚାୟତକୁ ୩ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଇଂ. ସୁଶିଲ କୁମାର ଶବର। ଅପ୍ରେଲ ୨୮ ତାରିଖ ବୁଧବାର ସକାଳ ୬ଘଣ୍ଟା ଠାରୁ ଶୁକ୍ରବାର ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ମୋଟେର ପଞ୍ଚାୟତ ସଟଡାଉନରେ ରହିବ। ଏହି ସମୟ ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ବୈବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ। ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ପଞ୍ଚାୟତ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ସହ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଛି। ସଟଡାଉନକୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୋଟେର ସରପଞ୍ଚ ଇଂ ସୁଶିଲ କୁମାର ଶବର।

ଏଠାରେ ସୂଚନାଯୋଗ୍ୟ ଯେ, କୋକସରା ବ୍ଲକର ଏକ ଜନଗହଳିପୂର୍ଣ୍ଣ ଛକ ହେଉଛି ମୋଟେର। ଜୟପାଟଣା ଓ କଲମପୁର ବ୍ଲକ ସହ କୋକସରା ବ୍ଲକକୁ ସଂଯୋଗ କରୁଥିବା ବେଳେ ୨୦୬ ନମ୍ବର ଜାତୀୟ ରାଜପଥ ଉପରେ ପଡେ ମୋଟେର। ଦୈନିକ ବଜାର ଓ ଗୁରୁବାର ଦିନ ସାପ୍ତାହିକ ହାଟ ଯୋଗୁଁ ଶହ ଶହ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥାଏ। ଏଥିରେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହୁଛି। ଏହାକୁ ଦୃଷ୍ଟିରେ ରଖି କରୋନା ମୋଟେର ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଥିବା ଜଣାପଡ଼ିଛି।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.