ଡ଼ଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜୟନ୍ତୀ ଅବସରରେ କବିତା ଆସର ଓ ନିଶିଗନ୍ଧା ସାହିତ୍ୟ ସଂସଦର ମୁଖପତ୍ର ଉନ୍ମୋଚନ

ଭୁବନେଶ୍ୱର: ନିଶିଗନ୍ଧା ସାହିତ୍ୟ ସଂସଦ ଖୋର୍ଦ୍ଧା ଆନୁକୂଲ୍ୟରେ ବରିଷ୍ଠ କବି, ଅନୁଷ୍ଠାନର ମାର୍ଗଦର୍ଶକ ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ କବିତା ଆସର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଭର୍ଚୁଆଲ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ, ଚଳଚ୍ଚିତ୍ର ନିର୍ଦ୍ଦେଶକ, ସୁସାହିତ୍ଯିକ, ବରିଷ୍ଠ ସାମ୍ବାଦିକ ଡଃ ରଜନୀ ରଞ୍ଜନ ଦାଶ ଏଥିରେ ଅଧ୍ୟକ୍ଷତା କରି ଡଃ ପାଟ୍ଟଶାଣୀଙ୍କ ଦୀର୍ଘ ନିରାମୟ ସୁସ୍ଥ ଜୀବନ କାମନା କରିଥିଲେ। ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ପ୍ରଦ୍ୟୁମ୍ନ ଶତପଥି ଯୋଗଦେଇ ନିଶିଗନ୍ଧା ମୁଖପତ୍ର ଉନ୍ମୋଚନ କରିବା ସହିତ କବିତା ଆସରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେ ମହାମାରୀ କରୋନା ସମୟରେ ନିଶିଗନ୍ଧାର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। କବି ତଥା ନିଶିଗନ୍ଧାର ମାର୍ଗଦର୍ଶକ ଡ଼ଃ ପାଟଶାଣୀଙ୍କ ଜନ୍ମ ଦିନରେ ତାଙ୍କ ଉପରେ ଆଧାରିତ ଏକ ସ୍ବତନ୍ତ୍ର କବିତା ଆସର ଆୟୋଜନ କରାଯାଇଥିବାରୁ ନିଶିଗନ୍ଧା ପରିବାର ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟପାଳ ଭବନରେ ସୂଚନା ଓ ପ୍ରସାରଣ ଅଧିକାରୀ ତଥା ବରିଷ୍ଠ କବି ରକ୍ଷକ ନାୟକ, କବି ଓ ସମାଜସେବୀ ଡ଼ଃ. ମୃତ୍ୟୁଞ୍ଜୟ ରଥ ଯୋଗଦେଇ କରୋନା ପ୍ରତି ସତର୍କ ରହି ସାହିତ୍ୟ ସାଧନାରେ ବ୍ରତୀ ସାରସ୍ଵତ ସାଧକସାଧିକାମାନଙ୍କୁ ପ୍ରଶଂସା କରିବା ସହ ପ୍ରଫେସର ପାଟ୍ଟଶାଣୀଙ୍କ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ତଥା ମା ମଙ୍ଗଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼ଃ. ନୀଳାଦ୍ରୀ ଜଗଦେବ ଯୋଗ ଦେଇ ଡକ୍ଟର ପାଟ୍ଟଶାଣୀଙ୍କ ଦୀର୍ଘ ଜୀବନ କାମନା କରିବା ସହ ନିଶିଗନ୍ଧାର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ବରେଣ୍ୟ ଅତିଥି ଭାବେ ଡ଼ଃ. ବିଭୁତି ଭୂଷଣ ଆଚାର୍ଯ୍ୟ ଯୋଗ ଦେଇଥିବାବେଳେ ବିଶିଷ୍ଟ ସଂଗୀତକାର ପଣ୍ଡିତ ନାରାୟଣ ରଥ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ସ୍ୱାବଲମ୍ବନ ପ୍ରେସର ପ୍ରତିଷ୍ଠାତା ସନ୍ତୋଷ ବାରିକ ସାହିତ୍ୟକୁ ବୈଷୟକ ଜ୍ଞାନ କୌଶଳ ସହିତ ଯୋଡ଼ିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାତା ବଳରାମ ତରାଇ, ସମ୍ପାଦିକା ସରସ୍ବତୀ ନାୟକ, ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି, ନିରୋଦ ଚନ୍ଦ୍ର ଜେନା, ଗୋଦାବରୀଶ ଦାଶ, କୈଳାସ ଚନ୍ଦ୍ର ପଟ୍ଟନାୟକ, ରାଜ୍ୟ ସହ-ସଂଯୋଜକ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ପୁଷ୍ପଲତା ସାହୁ, ଜୋନ୍ ଓ ଜିଲ୍ଲା ସ୍ତରର ସଂଯୋଜିକା ତପସ୍ୱିନୀ ପଟ୍ଟନାୟକ ପ୍ରମୁଖ କର୍ମକର୍ତ୍ତା ତଥା ଶତାଧିକ କବି କବୟିତ୍ରୀ ଆସରରେ ଭାଗନେଇଥିଲେ। କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଖରିଆର ମହାବିଦ୍ୟାଳୟର ଶିକ୍ଷା ବିଭlଗ ଅଧ୍ୟାପିକା ତଥା ନିଶିଗନ୍ଧାର କାର୍ଯ୍ୟକାରୀ ସମ୍ପାଦିକା ଡ଼ଃ. ଗୀତାଶ୍ରୀ ପ୍ରିୟମ୍ବଦା। ନିଶିଗନ୍ଧାର ପ୍ରତିଷ୍ଠାତା ସମାଜସେବୀ ବଳରାମ ତରାଇ ଆଶିର୍ବଚନ କରି ନିଶିଗନ୍ଧାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.