କରୋନା ଭୟ: ଷୋହଳ ଘଣ୍ଟା ପରେ ଉଠିଲା ବୃଦ୍ଧଙ୍କ ଶବ

କଳାହାଣ୍ଡି: କନ୍ଦାଉଛି କରୋନା। ପର ହୋଇ ଯାଉଛନ୍ତି ନିଜ ଲୋକ। ମୃତ ବ୍ୟକ୍ତିଙ୍କ ସଂସ୍କାର ପାଇଁ ଅଭାବ ହେଉଛି ଚାରି କାନ୍ଧ। ପାଖ ମାଡୁ ନାହାନ୍ତି ଆତ୍ମିୟ ସ୍ବଜନ। ସମସ୍ତଙ୍କ ମନରେ ସେହି ଗୋଟିଏ ଡର କରୋନା….। ସତେ ଅବା ଜଣାପଡ଼ୁଛି ମରିଗଲାଣି ମାନବିକତା। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ରିଞ୍ଜା ଗ୍ରାମରେ। ଏହି ଗାଁର ବୃହସ୍ପତି ସାହୁ(୬୫) ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ମୃତ୍ୟୁ ବରଣ କରିଥିଲେ। କରୋନା ଭୟରେ ତାଙ୍କ ପାଖ ମାଡି ନ ଥିଲେ ଆତ୍ମୀୟ ସଂପର୍କୀୟମାନେ। ଆଜି ପ୍ରଶାସନର ଉଦ୍ୟମ କ୍ରମେ ଶବ ସତ୍କାର ହୋଇଛି।

Omkar Vasthu
Omkar Vasthu


ପ୍ରକାଶଥାଉକି ବୃହସ୍ପତି ସାହୁ କରୋନା ଚିକିତ୍ସା ପାଇଁ କାମଠଣା କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ୭ ଦିନ ରହିବା ପରେ ତାଙ୍କୁ ଶୁକ୍ରବାର ଦିନ ସନ୍ଧ୍ୟାରେ ତାଙ୍କ ଘରକୁ ପଠାଇ ଦିଆଯାଇଥିଲା। ତେବେ ଗତକାଲି ହଟାତ ତାଙ୍କ ମୃତ୍ୟୁ ହେବାରୁ କରୋନା ଭୟରେ କେହି ଶବ ଛୁଇଁବାକୁ ଯାଇନାହାନ୍ତି। ତାଙ୍କର କରୋନା ନେଗେଟିଭ ଥିବା କହି କୋଭିଡ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଥିଲା। ଶବ ସଂସ୍କାର ପାଇଁ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ପ୍ରଶାସନ ସହ ଯୋଗାଯୋଗରେ ରହିଥିଲେ।

Pearl dental clinic
Near Ashish Medical Store, Bhawanipatna


ରାତିରେ ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା, ତହସିଲଦାର ବାସନ୍ତୀ ସେଠି, କର୍ଲାମୁଣ୍ଡା ଫାଣ୍ଡିଅଧିକାରୀ ଅଧିସ ଚନ୍ଦ୍ର ବିଶ୍ୱାସ ପହଂଚିଥିଲେ। ରାତିରେ ଜେସିବି ଦ୍ୱାରା ଗାତ ଖୋଲା ଯାଇଥିଲେ ମଧ୍ୟ ଶବ ଉଠାଇ ବାକୁ କେହି ନବାହାରିବାରୁ ଶବ ପଡିରହିଥିଲା। ସକାଳେ ପ୍ରଶାସନର ଉଦ୍ୟମ କ୍ରମେ ରିଷିଡାରୁ ଦୁଇ ଜଣ ଯୁବକ ଗଲାପରେ ଶବ ସତ୍କାର କରିଥିଲେ। ଏହି ସମୟରେ ପ୍ରଶାସନକୁ ସାମାଜିକ କର୍ମୀ ପ୍ରଦୀପ ସାହୁ, ଯୁବ ବିଜେଡି ନେତା ବିଶ୍ୱ ଦୀପକ ପାତ୍ର, ନନ୍ଦିକିଶୋର ଭୋଇ ପ୍ରମୁଖ ସହଯୋଗ କରିଥିଲେ। ପଂଚାୟତ ପକ୍ଷରୁ ମୃତକଙ୍କ ପରିବାରକୁ ରାସନ ସାମଗ୍ରୀ ଯୋଗାଇଦିଆଯାଇଛି। ତେବେ ସମ୍ପର୍କୀୟ ମାନେ ଏପରି ପର କରିଦେବା ଘଟଣା ମାନବିକତା ଉପରେ ପ୍ରଶ୍ନ ଚି଼ହ୍ନ ଉଠାଇଛି।

Udyog Nursery
Udyogi Nursery

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.