ଗୁଣୁପୁର ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଗୁଣୁପୁର: ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ଶ୍ରମିକଙ୍କ ପାଇଁ ଦିନଟିଏ। କୋଭିଡ ନିୟମ ଅନୁସରଣ କରି ଏହି ଦିବସକୁ ପାଳନ କରିଛି ଗୁଣପୁର ନୁଆଁ ବସ ଷ୍ଟାଣ୍ଡ ମୋଟର କର୍ମଚାରୀ ସଂଘ (AICCTU)। ଗୁଣପୁର ବ୍ଲକ ଅନ୍ତର୍ଗତ ଲୁଗୁଂରୁତାଲ ଠାରେ ଆୟୋଜିତ ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ମୋଟର କର୍ମଚାରୀ ସଂଘ ସଭାପତି ଫଣି ଭୂଷଣ ପଟ୍ଟନାୟକ, ସମ୍ପାଦକ ଭି. ଏଙ୍କାଟ ରାଓ ସିପିଆଇ ଏମଏଲ ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ, ସଦସ୍ୟ ବୃନ୍ଦାବନ ବିଡିକା ପ୍ରମୁଖ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।


ଏହି ଅବସରରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନିତିକୁ ସମାଲୋଚନା କରାଯାଇଥିଲା। ଏହାସହ କୋରନା ମହାମାରୀ ହେତୁ ଡାକ୍ତରଖାନାରେ ବେଡ ସମସ୍ୟା ଦୂର କରିବାପାଇଁ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସରକାରୀ ମଣ୍ଡପ ଗୁଡିକୁ ଅସ୍ଥାୟୀ ଡାକ୍ତରଖାନା ପରିଣତ କରି ଡାକ୍ତର ଓ ଅମ୍ଳଜାନର ବ୍ୟବସ୍ଥା କରିବା।


ପ୍ରବାସୀ ଓ ଅଣ ସଙ୍ଗଠିତ ଶ୍ରମିକ ମାନଙ୍କୂ ମାସିକ ୭୫୦୦ ଟଙ୍କା ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବା। ୩ଟି କୃଷି ଅଧ୍ୟାଦେଶ ବିଲ ଓ ୨୦୨୦ ବିଦ୍ୟୁତ ସଂଶୋଧନ ବିଲ ବାତିଲ କରିବା। ୮ ଘଣ୍ଟା ଶ୍ରମ ଆଇନକୁ ୧୨ ଘଣ୍ଟା ଶ୍ରମ ଆଇନ ବାତିଲ କରିବା।


ମାଲିକ ମାନଙ୍କ ସପକ୍ଷରେ ଶ୍ରମିକ ମାନଙ୍କର ଅଧିକାରକୁ ୪୪ ଟି ଶ୍ରମ ଆଇନକୁ ୪ଟି ଶ୍ରମ ବୋର୍ଡ ବାତିଲ କରିବା। ରାଷ୍ଠ୍ରlୟତ ସଂସ୍ଥା ଗୁଡିକୁ ବହୁ ରାଷ୍ଟ୍ରୀୟ କମ୍ପାନି ମାନଙ୍କୁ ବିକ୍ରି କରିବା ବନ୍ଦ କରିବା। ରେଳ, ପ୍ରତିରକ୍ଷା, ଶିଳ୍ପ, କୋଇଲା, ପୋର୍ଟ, ଏୟାର ଇଣ୍ଡିଆ, ବ୍ଯାଙ୍କ ଆଦି ୭୮ଟି ଦେଶର ସଂସ୍ଥା ଗୁଡିକର ଘରୋଇକରଣ ବନ୍ଦ କରିବା ଆଦି ଦାବି ଗୁଡିକ ବିଷୟରେ ସଭାରେ ଆଲୋଚିତ ହୋଇଥିଲା।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.