ରାୟଗଡ ଡିଏଲଏସଏ ଦ୍ୱାରା ବିଶ୍ୱ ଶ୍ରମିକ ଦିବସ ପାଳିତ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)ଦ୍ୱାରା ବିଶ୍ୱ ଶ୍ରମିକ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ରାୟଗଡ ଜିଲ୍ଳା ଦୈାରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଂଜନ ଦାଶ ଉଦଘାଟନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ଦାଶ ତାଙ୍କର ଉଦଘାଟନୀ ଅଭିଭାଷଣରେ କରୋନା ମହାମାରୀର ସଙ୍କଟ ସମୟରେ ଶ୍ରମିକମାନଙ୍କ ବହୁବିଧି ସମସ୍ୟା ସଂପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ କଲ୍ୟାଣ ପାଇଁ ସମସ୍ତେ ସାହାର୍ଯ୍ୟ ସହଯୋଗର ହାତ ବଢେଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତର ବିଚାରପତି ଆଶିଷ କୁମାର ତ୍ରିପାଠୀ, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ଅତିରିକତ ଜିଲ୍ଳା ଦୈାରାଜଜ ତିରଂଜନ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ମନୋରଂଜନ ଦାସ, ରେଜିଷ୍ଟାର ଶ୍ରୀମତି ପ୍ରତିମା ପାତ୍ର, ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଂପାଦକ ମନୋରଂଜନ ମିଶ୍ର, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ଗୁରୁଚରଣ ଜେନାମଣୀ, ନ୍ୟାୟାଧୀକାରୀ ଗ୍ରାମ ନ୍ୟାୟାଳୟ ଶ୍ରୀମତି ସୁବାଷିନି ବେହେରା, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ଶୋଭନ କୁମାର ପଣ୍ଡା, ଜିଲ୍ଳା ଶ୍ରମ ଅଧିକାରୀ ଜାଶମିନ୍ ଶୁଭଦର୍ଶନୀ ସାହୁ, ସୁରକ୍ଷା ଅଧିକାରୀ କାମାକ୍ଷା ପାଢୀ, ପେନାଲ ଓକିଲ, ପାରାଲିଗାଲ ଭଲ୍ୟୁଂଟର ସମେତ ଶ୍ରମିକ ଭାଇଭଉଣୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅତିଥିମାନେ ନିଜର ଅଭିଭାଷଣରେ ଶ୍ରମିକମାନଙ୍କର ଅଧିକାର ଓ ସେମାନଙ୍କ ପାଇଁ ଥିବା ଆଇନ ସରକାରଙ୍କ ଦ୍ୱାରା ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ନିଜ ନିଜର ଅଭିଭାଷଣ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଳା ଆଇନ ସେବା ପ୍ରାଧିକରଣର ସଂପାଦକ ଶ୍ରୀ ମିଶ୍ର ଓ ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀମତି ସାହୁ ଏକ ଖୋଲା ଆଲୋଚନାରେ ଅଂଶଗ୍ରହଣକାରୀ ମାନଙ୍କର ବିିିଭିନ୍ନ ପ୍ରଶ୍ନର ଉତର ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.