ବାହାଘର ଓ ଶେଷକୃତ କାର୍ଯ୍ୟକ୍ରମରେ ନିୟମ କଡାକଡି ପାଳନ କରିବାକୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ

କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଖିଲାପ କରୁଥିବା ଲୋକଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ରାୟଗଡ, (ଶିବ ନାରାୟଣ ଗୈାଡ): ସମଗ୍ର ରାଜ୍ୟରେ ଦୈନିକ ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ମହାମାରୀ କରୋନା ବିପତି ସମୟରେ ବାହାଘର ଓ ଶେଷକୃତ ଭଳି କାର୍ଯ୍ୟକ୍ରମ ଉପରେ ଲଗାଯାଇଥିବା କଟକଣାକୁ କଡାକଡି ଭାବେ ପାଳନ କରାଯିବାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚିଠି ସଂଖ୍ୟା ୨୩୨୧/୩୦/୪/୨୧ରେ ସମସ୍ତ ଜିଲ୍ଳାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି କ୍ରମରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଜିଲ୍ଳାରେ ମଧ୍ୟ ହେଉଥିବା ବାହାଘର ଓ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମଗୁଡିକ ପାଇଁ ଅନୁମତି ନେଉଥିବା ଲୋକେ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ଅତି ସାବଧାନ ସହ ପାଳନ କରୁଛନ୍ତି କି ନାହିଁ ସେ ନେଇ ସୁନିଶ୍ଚିତ କରିବା ପାଇଁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଏବଂ ଉପଜିଲ୍ଳାପାଳ ରାୟଗଡ ଓ ଗୁଣପୁରଙ୍କୁ ଜିଲ୍ଳାପାଳ ରାୟଗଡଙ୍କ ଚିଠି ସଂଖ୍ୟା ୯୩୦/ତାରିଖ୧/୫/୨୧ରେ ନିର୍ଦ୍ଦେଶ କରିଛନ୍ତି ।

Omkar Vasthu
Omkar Vasthu

ଉକ୍ତ କାର୍ଯ୍ୟକ୍ରମଗୁଡିକରେ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଖିଲାପକରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉ କି, ମହାମାରୀ କରୋନାର ଦ୍ୱିତୀୟ ଲହରରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ବାହାଘରରେ ଅତି ବେଶୀରେ ୫୦ଜଣ ଏବଂ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ସର୍ବାଧିକ ୨୦ଜଣଙ୍କ ମଧ୍ୟରେ କାର୍ଯ୍ୟ ସଂପାଦନା କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.