କାରୁଣ୍ଡ କୃଷକ ବିହନ ଭଣ୍ଡାର ଉଦଘାଟିତ: ସୁଲଭ ମୂଲ୍ୟରେ ଉନ୍ନତମାନର ବିହନ ପାଇବେ ଚାଷୀ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ କାରୁଣ୍ଡ ଫାର୍ମର ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ ତରଫରୁ ଆଜି ବସଷ୍ଟାଣ୍ଡଠାରେ ଏକ କାରୁଣ୍ଡ କୃଷକ ବିହନ ଭଣ୍ଡାର ଉଦଘାଟିତ ଡେଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଂଚ ଚିତ୍ତରଂଜନ ବାଗ ଏବଂ ଜଣେ ସଫଳ ଚାଷୀ ତଥା ଯୁବନେତା ଶ୍ରୀକାନ୍ତ ହୋତା ଯୋଗଦେଇ ପୂଜାର୍ଚ୍ଚନା ସହିତ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଏହି କମ୍ପାନୀର ଅଧିକାରୀବୃନ୍ଦଙ୍କ ସହିତ ଏହାର ପରିଚାଳନା ସଂପର୍କରେ ପଚାରି ବୁଝିଥିଲେ । କୃଷି ବିଭାଗର ବିଟିଏମ୍ ଧରମ ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କମ୍ପାନୀର ନିଦ୍ଦେଶକ ଆଦିତ୍ୟ ପ୍ରତାପ ସିଂହଦେଓ ବିହନ ଭଣ୍ଡାର ଉଦଘାଟନୀ ଅବସରରେ,ଏହି ଭଣ୍ଡାରରେ ଉନ୍ନତମାନର ବିହନ ସବୁ ସୁଲଭ ମୂଲ୍ୟରେ ଚାଷୀମାନଙ୍କୁ ଯୋଗାଇ ଦିଆଯିବ, ଯାହା ଫଳରେ ସେମାନେ ଆଗାମୀ ଦିନରେ ଉପଯୁକ୍ତ ବିହନ ପାଇବା ଫଳରେ ଅଧିକ ଅମଳ କରି ଲାଭବାନ ହେଇପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । କମ୍ପାନୀର ଚେୟାରମେନ ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଅମରେଶ ସିଂ, ହର୍ଷବର୍ଦ୍ଧନ ସିଂହଦେଓ, ପ୍ରକାଶ ଚନ୍ଦ୍ର ମାଝୀ, ଦିଲୀପ କୁମାର ମହାଖୁଡ଼, ଶୁକଦେବ ସାହୁ, ନରୋତ୍ତମ ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ଼ ଗାଇଡ଼ଲାଇନର ପାଳନ ପୂର୍ବକ ସମ୍ପନ୍ନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.