ସର୍ଗିଗୁଡା ୟୁପି ସ୍କୁଲରେ କୋଭିଡ ଟିକା କରଣ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଛି କୋଭିଡ ଟିକା କରଣ । ୪୫ ବର୍ଷ ଓ ତଦୁର୍ଦ୍ଧ ବ୍ୟକ୍ତି ମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯାଉଛି । ଏଥିପାଇଁ କୋଭିଡ ଟିକା ନେବାକୁ ରହିଥିବା ଉପରୋକ୍ତ ବୟସର ବ୍ୟକ୍ତି ମାନେ ନିଜ ସହ ଆଧାର କାର୍ଡ ଏବଂ ନିଜ ମୋବାଇଲ ନମ୍ବର ନେଇଆସି କୋଭିଡ ଟିକା ନେଉଥିବା ଦେଖିବାକୁ ମିଳୁଛି । ଆଜି (ଶୁକ୍ରବାର) ସକାଳ ୮ ଘଣ୍ଟାରୁ ଆରମ୍ଭ ହୋଇଥିବା ଏହି କୋଭିଡ ଟିକା କରଣ ମଧ୍ୟାହ୍ନ ଗୋଟାଏ ଯାଏଁ ଚାଲିଥିଲା ।

ଗତ ମେ ୩୧ ରୁ ନର୍ଲା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଆରମ୍ଭ ହୋଇଛି ଟିକା କରଣ । ଏହି କ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ୧୦ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଟିକା କରଣ ସରିଯାଇଥିବା ବେଳେ ସର୍ଗିୁଗୁଡା, ବାଗପୁର ଓ ରୁପ୍ରାରୋଡ ଏହି ତିନିଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଆଜି କୋଭିଡ ଟିକାକରଣ କରାଯାଉଛି । ପର୍ଯ୍ୟାୟକ୍ରମେ ନର୍ଲା ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମ ପଞ୍ଚାୟତ ଅଞ୍ଚଳର ଲୋକ ମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯାଉଛି । ପ୍ରଥମ ଡୋଜ ଟିକା ନେଇ ସାରିଥିବା ବ୍ୟକ୍ତିଙ୍କୁ ଟିକା ନେଇ ୮୫ ଦିନ ପୁରି ସାରିଥିଲେ ଏହି କେନ୍ଦ୍ର ମାନଙ୍କରେ ଦ୍ୱିତୀୟ ଡୋଜ୍ ଟିକା ନେଇ ପାରିବେ ବୋଲି ସୂଚନା ମିଳିଛି । ପ୍ରତ୍ୟେକ କେନ୍ଦ୍ରରେ ୧୫୦ ରୁ ୨୦୦ ଜଣ ବ୍ୟକ୍ତିଙ୍କୁ ଉକ୍ତଦିନ କୋଭିଡ ଟିକା ପ୍ରଦାନ କରାଯାଉଥିବା ଜଣା ପଡିଛି । ପ୍ରତ୍ୟହ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ବୟସ ଅନୁଯାୟୀ ସରକାରଙ୍କ ନିୟମାବଳୀ ଅନୁସାରେ ଗତ ଦୁଇମାସ ଧରି ଟିକା କରଣ ହେଉଥିଲା । ହେଲେ ଏବେ ଗ୍ରାମ ପଞ୍ଚାୟତ ଅନୁଯାୟୀ ପର୍ଯ୍ୟାୟ କ୍ରମେ କୋଭିଡ ଟିକାକରଣ କରାଯିବ ବୋଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ମିଳିଛି ।

ଆଜି ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସର୍ଗିଗୁଡା ୟୁପି ସ୍କୁଲରେ ସର୍ଗିଗୁଡା ସରପଞ୍ଚ ନରସିଂହ କୁମାରଙ୍କ ନେତୃତ୍ୱରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ବିଶ୍ୱାଳ, ସର୍ଗିଗୁଡା ଏଏନ୍ଏମ୍ ଶ୍ରୀମତୀ ସୂର୍ଯ୍ୟକାନ୍ତୀ ପାଢୀ, ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହି ଟିକା ନେଇବାକୁ ରହିଥିବା ବ୍ୟକ୍ତି ମାନଙ୍କୁ ଘର ଘର ଯାଇ ଡାକି ଆଣି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ନେବାକୁ ବୁଝାଉଥିବା ଦେଖିବାକୁ ମିଳିଥିଲା । ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ୩୦ ଜଣ ବ୍ୟକ୍ତି ଟିକା ନେଇ ସାରିଥିବା ସୂଚନା ମିଳିଛି । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଜଣେ କର୍ମଚାରୀ ଆଧାର କାଡ ନେଇ ଟିକା ନେବାକୁ ଥିବା ବ୍ୟକ୍ତି ମାନଙ୍କ ନାମ ରେଜିଷ୍ଟ୍ରେସନ କରୁଥିବା ବେଳେ ଜଣେ ନର୍ସ ଟିକା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ନର୍ଲା ବ୍ଲକର ଘଣ୍ଟମାଳ ୟୁପି ସ୍କୁଲରେ ଗତକାଲି (ଗୁରୁବାର) କୋଭିଡ ଟିକାକରଣ ଚାଲିଥିଲା ହେଲେ ୮୦ ଜଣ ଟିକା ନେଇ ସାରିବା ପରେ ଟିକା ସରିଯିବାରୁ ୪୦ ରୁ ଉଦ୍ଧ୍ୱର୍ ଲିକ ଟିକା ନନେଇ ଫେରି ଯାଇଥିବା ଦୃଶ୍ୟମାନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.