ଗୋପବନ୍ଧୁ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ

କୋରାପୁଟ: କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ସାମାଜିକ ସେବା କେନ୍ଦ୍ର ‘ଗୋପବନ୍ଧୁ ସେବା ସମିତି’ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେବା ସମିତିର ସଦସ୍ୟଗଣ ବିଦ୍ୟାଳୟ ପରିସରରେ ନିମ, ଅଁଳା, ବଉଳ ଓ ବେଲ ଗଛ ରୋପଣ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ସମିତିର ସଭ୍ୟ ବି. ରାଜା ରାଓ୍ବ, ସରୋଜ ପାଢ଼ୀ, ପ୍ରହ୍ଲାଦ ସାହୁ, ସୌମେନ୍ଦ୍ର ସ୍ବାଇଁ, ତନ୍ମୟ ପ୍ରଧାନ, ଜାମି ସନ୍ତୋଷ, ବିମଳ ଗୌଡ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ।କୋଭିଡ ନିୟମ ଅନୁସରଣ କରି କାର୍ଯ୍ୟକ୍ରମଟି ସଂପନ୍ନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.