ବୟାଳିଶମୌଜାରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜନସଚେତନତା ଓ ବିଶୋଧନ କାର୍ଯ୍ୟକ୍ରମ

କଟକ: କରୋନା ମହାମାରୀର ଦ୍ୱିତୀୟ ଲହର କାୟା ବିସ୍ତାର କରିଥିବା ବେଳେ ଏହାର କବଳରୁ ମାନବ ସମାଜକୁ ରକ୍ଷା କରାଯିବା ନେଇ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ଜନସଚେତନତା ପ୍ରଚାର ପତ୍ର ବଣ୍ଟନ, ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତ୍ତା ପ୍ରଚାର, ନୋଜ ମାସ୍କ ବଣ୍ଟନ ସହ ବିଶୋଧନ ଦ୍ରବ୍ୟ ସିଂଚନ ଆଦି ଜରୁରୀ ସେବା ଜାରି ରଖିଛି କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)। ଏହି କ୍ରମରେ ସଂଗଠନ ପକ୍ଷରୁ ବୟାଳିଶମୌଜା ଉପକଣ୍ଠ କଳପଡା ଓ କୂଳସରିଚୁଆଁ ପଂଚାୟତର ଭାରଗୋଳ, ଟାଇଁକଣା, ବରାଳ, ଚାନ୍ଦୁଲି ଆଦି ବହୁ ଗ୍ରାମ, ଟାଇଁକଣା ପ୍ରାଥମିକ ବିଦ୍ୟାଳୟ ବହୁ ମନ୍ଦିର, ବଜାର, ସବୁ ସାହି ଏବଂ ଆଖପାଖ ଅଂଚଳରେ ବିଶୋଧନ କାର୍ଯ୍ୟ ଏବଂ ଜନସଚେତନତା କରାଯାଇଥିଲା। ଉତ୍କଳ ବିକାଶ ପରିଷଦ ସଭାପତି ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ବିଜୟ କୁମାର ନାୟକ, ଅଶୋକ ସାହୁ, ଦେବୀ ପ୍ରସାଦ ପତି, ଦେବାଶିଷ ପରିଡା, ବାବୁନା ଦାସ, ପ୍ରଦୀପ ଦାସ, ଶ୍ରୀମନ୍ତ ସାମଲ, ପ୍ରଶାନ୍ତ କୁମାର ସ୍ବାଇଁ, ସନ୍ତୋଷ ସ୍ୱାଇଁ, ମଙ୍ଗରାଜ ସେଠୀ, ଶରତ ରାଉଳ, ଗଜେନ୍ଦ୍ର ବେଉରା, ଅନିଲ ମହାପାତ୍ର,ଅଲୋକ ସାହୁ, ରସାନନ୍ଦ ସାହୁ ପ୍ରମୁଖ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.