ନିଶିଗନ୍ଧା ସାହିତ୍ୟ ସଂସଦର ୩ୟ ସ୍ଵନକ୍ଷତ୍ର ଦିବସ, ପୁସ୍ତକ ଉନ୍ମୋଚନ ଏବଂ କବିତା ଆସର

ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟର ସ୍ଵନକ୍ଷତ୍ର ଉତ୍ସବ ଡିଜିଟାଲ ଗୁଗୁଲ୍ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଅଛି। ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ଓ ଖୋର୍ଦ୍ଧା ମୁଖ୍ୟ କାର୍ଯ୍ୟାଳୟର ସଂଯୋଗୀକରଣ କରାଯାଇ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ବଳରାମ ତରାଇଙ୍କ ନେତୃତ୍ୱରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାତା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଡ଼ଃ. ରଜନୀ ରଞ୍ଜନ ଦାସ ପୌରହିତ୍ୟ କରିଥିଲେ। କରୋନା ମହାମାରୀ ପ୍ରଭାବ ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Omkar Vasthu
Omkar Vasthu

ଏହି ଅବସରରେ ସମ୍ପାଦିକା ସରସ୍ୱତୀ ନାୟକ ଓ ମାର୍ଗଦର୍ଶକ ତଥା ପୂର୍ବତନ ସାଂସଦ ଡ଼ଃ. ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିଶିଗନ୍ଧାର ପଥପ୍ରଦର୍ଶକ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ ଏବଂ ଡ଼ଃ. ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା ଏବଂ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସର୍ବପ୍ରଥମେ ପଣ୍ଡିତ ନାରାୟଣ ରଥଙ୍କ ଦ୍ୱାରା ଏକ ଜଗନ୍ନାଥଙ୍କ ଭଜନ ପରିବେଷଣ କରାଯାଇଥିଲା ଏହାପରେ ନିଶିଗନ୍ଧା ସ୍ୱାଗତ ସଂଗୀତ ଶ୍ରୀଯୁକ୍ତ ଗଗନ ବିହାରୀ ସ୍ୱାଇଁ ପରିବେଷଣ କରିଥିଲେ। ଏହି ସ୍ଵନକ୍ଷତ୍ର ଉତ୍ସବରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଶିଗନ୍ଧା ଖବର କାଗଜର ଲୋକାର୍ପଣ, ୱେବସାଇଟ ଲୋକାର୍ପଣ କରିଥିଲେ। ଇତି ମଧ୍ୟରେ ସାହିତ୍ୟ ସଂସଦର ସମ୍ପାଦିକା ସରସ୍ବତୀ ନାୟକ ଏବଂ ମୁଖ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକଙ୍କ ଦୁଇଟି ପୁସ୍ତକ ମଧ୍ୟ ଲୋକାର୍ପଣ ହୋଇଯାଇଅଛି।

Pearl dental clinic
Near Ashish Medical Store, Bhawanipatna

ଏହି ଉତ୍ସବରେ ନିଶିଗନ୍ଧା ପର୍ଯ୍ୟବେକ୍ଷକ ଡ଼ଃ. ଦେବୀପ୍ରସାଦ ମିଶ୍ର, ଉପସଭାପତି ଆଡ଼ଭୋକେଟ ଚିତ୍ତରଞ୍ଜନ ନନ୍ଦ, ରାଜ୍ୟ ସହ-ସଂଯୋଜକ ସାହିତ୍ୟିକ ତଥା କବି ଶ୍ରୀଯୁକ୍ତ ତ୍ରିନାଥ ପଟ୍ଟନାୟକ, ସୂଯ୍ୟନାରାୟଣ ସାହୁ, ଡ଼ଃ. ନୀଳାଦ୍ରୀନାଥ ଜଗଦେବ, ରତିନାରାୟଣ ରାଉତ, ସହ ସମ୍ପାଦକ ଶ୍ରୀଯୁକ୍ତ ଜମ୍ବେଶ୍ୱର ଦଳାଇ, ଗଣେଶ ଚନ୍ଦ୍ର ଜେନା, ଗାଳ୍ପିକ ତଥା ନୂଆପଡା ଓଟିଭିର ସାମ୍ବାଦିକ ଶ୍ରୀ ମାୟାଧର ସରାଫ, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ଼ଃ. ଶିବପ୍ରିୟା ମିଶ୍ର, ରାଜ୍ୟ ବିଚାରକ ଶ୍ରୀଯୁକ୍ତ ଚନ୍ଦ୍ର କୈଳାଶ ପଟ୍ଟନାୟକ, ପୃଷ୍ଠପୋଷକ ଶ୍ରୀଯୁକ୍ତ କରୁଣାକର ମଲ୍ଲିକ, ମଧୁସୂଦନ ମିଶ୍ର, ଚନ୍ଦ୍ର ଭାନୁ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଶ୍ରୀଯୁକ୍ତ ଗୋଦାବରୀଶ ଦାସ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନିରୋଦ ଜେନା, ଅର୍ଚ୍ଚନା ଦାସ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ବିଜୟ କୁମାର ଜେନା, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ତ୍ରିପାଠୀ, ସୁଦୀପ୍ତା ବିଶ୍ୱାଳ, ରମାକାନ୍ତ ମହାଲି ପ୍ରମୁଖ ଯୋଗଦାନ କରିଥିଲେ। ମଂଚାସୀନ ଅତିଥିଙ୍କୁ ପରିଶେଷରେ ନିଶିଗନ୍ଧାର ମୁଖପାତ୍ର ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ଦାସ, ଶ୍ରୀମତୀ ଅନୁସୂୟା ଦେବତା ଏବଂ ଶ୍ରୀଯୁକ୍ତ ଯୁଧିଷ୍ଠିର ମୁଦୁଲି ପ୍ରମୁଖ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନିଶିଗନ୍ଧାର ସ୍ଵନକ୍ଷତ୍ର ଉତ୍ସବରେ ଏକ କବିତା ଆସର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ଏବଂ କବିୟତ୍ରୀ ଯୋଗ ଦେଇ ନିଜ ନିଜ କବିତା ଆବୃତ୍ତି କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.