ଘଣ୍ଟମାଳ ହାଇସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର ): ଗ୍ଲୋବାଲ ୱାର୍ମିଂକୁ ନେଇ ସାରା ବିଶ୍ୱ ଚିନ୍ତିତ ରହିଥିବା ବେଳେ ପ୍ରକୃତିକୁ ବଞ୍ଚାଇବା ପାଇଁ ସାରା ରାଜ୍ୟରେ ଏବେ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମ ମାନ ସପ୍ତାହ ବ୍ୟାପୀ ପାଳିତ ହୋଇ ଯାଇଛି। ତେବେ ଅଦ୍ୟାବଧି ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଚାଲିଛି ବନ ମହୋତ୍ସବ କାର୍ଯ୍ୟକ୍ରମ। ନର୍ଲା ବ୍ଲକ୍ ଅଧିନସ୍ଥ ଘଣ୍ଟମାଳ ହାଇସ୍କୁଲରେ ବନ ମହୋତ୍ସବ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରୁଣ କୁମାର ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହାଇସ୍କୁଲ ପରିସରରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବରେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ନାଏକ, ଜୟସେନ ନିଆଲ ଓ ନର୍ଲା ବନପାଳ ସୁଶ୍ରୀ ସରିତା ପୁଟେଲ ଯୋଗଦାନ କରି ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିବା ସହିତ ବନ ମହୋତ୍ସବ ର ଉଦ୍ଦେଶ୍ୟ ଓ ପରିବେଶ ସୁରକ୍ଷା ବିଷୟରେ ତାଙ୍କ ବକ୍ତବ୍ୟରେ କହିଥିଲେ।


ନର୍ଲା ବନ ବିଭାଗ ତରଫରୁ ବନପାଳ ସୁଶ୍ରୀ ସରିତା ପୁଟେଲ ଯୋଗଦାନ କରି ବୃକ୍ଷ ରୋପଣର ଗୁରୁତ୍ୱ ବିଷୟରେ ବୁଝାଇଥିଲେ। ଏହାପରେ ହାଇସ୍କୁଲ ପରିସର ଓ ସମ୍ମୁଖସ୍ଥ ରାସ୍ତା ଦୁଇକଡେ ଆମ୍ବ, ପଣସ, ପିଜୁଳି, କଦମ୍ବ, ଜାମୁକୋଳି ପ୍ରଭୃତି ବୃକ୍ଷ ଚାରା ରୋପଣ କରାଯାଇଥିଲା । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ପବିତ୍ର ପଧାନ, ସ୍ମୃତିମୟୀ ଠାକୁର, ଧରଣୀଧର ପଧାନ, ଶତୃଘ୍ନ ସେଠୀ, ଲଳିତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.