ପିଡ଼ି ଡିଆରଡିଏ ସୋମେଶ ଉପାଧ୍ୟାୟଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟର କଲେ ତଦାରଖ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନ ଗସ୍ତକରି ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି କଳାହାଣ୍ଡିରେ ନୂତନ ଭାବେ ଯୋଗ ଦେଇଥିବା ପିଡ଼ି ଡିଆରଡିଏ ସୋମେଶ ଉପାଧ୍ୟାୟ। ପ୍ରଥମେ ସେ ବ୍ଳକର ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ଅଧିନସ୍ଥ କିଡିଙ୍ଗ ଗାଁର ଓଭରୱାଡ଼ ପାଣିଟାଙ୍କି ଦେଖିବାସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଚାଲିଥିବା ସ୍ମାର୍ଟ ସ୍କୁଲର କାର୍ଯ୍ୟ ତଦାରଖ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ବ୍ଳକ କାର୍ଯ୍ୟାଳୟର ରିଭ୍ୟୁ ମିଟିଙ୍ଗ ପରେ ଛତ୍ରପୁର ପଞ୍ଚାୟତ ହରେକୃଷ୍ଣ ପୁର ଗାଁକୁ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରି ସେମାନଙ୍କ ପନିପରିବା ଚାଷ ବୁଲି ଦେଖିଥିଲେ। ପରେ ସେ ଜଗନ୍ନାଥପୁର ପଞ୍ଚାୟତ ବେଦାନ୍ତ ଟାଉନସିପ ସମ୍ମୁଖରେ ଚାଲିଥିବା ରୋରାଲ ପାର୍କ କାର୍ଯ୍ୟକୁ ଦେଖିଥିଲେ।

Udyog Nursery
Udyogi Nursery


ପରେ ସେ ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତର ସାପଚଞ୍ଚରା ଗାଁରେ ମନରେଗା କାମର ମଡେଲ ଟ୍ୟାଙ୍କ ଓ ଚେକ ଡ୍ୟାମର ତଦାରଖ କରି ପଞ୍ଚାୟତ କାର୍ଯ୍ୟାଳୟର ରୋରାଲ ପାର୍କ ଦେଖି ନିୟମଗିରି ପାହାଡର ପାଦ ଦେଶରେ ଥିବା ଆଦିମ ଜନଜାତିର ଝିଅ ମାନେ ପାଠ ପଢିବା ପାଇଁ ନୂତନ ଭାବେ ବାଣିପଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିବା ଯୋଗୁଁ ସେହି ଝିଅ ମାନଙ୍କ ସହିତ ପଞ୍ଚାୟତ ମୁଖ୍ୟାଳୟରେ କେକ୍ କାଟି ଝିଅକୁ ଉତ୍ସାହିତ କରିଥିଲେ।


ଏହି ଗସ୍ତରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ, କେକେଡିଏ ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନ,ଏଇ ରେଣୁକା ଠାକୁର, ଯନ୍ତ୍ରୀ ସ୍ମିତା ବିଶ୍ୱାଳ ଓ ଯନ୍ତ୍ରୀ ପିତାମ୍ବର ହେମରମ୍, ପିଇଓ ଅଲେଖ ସାଙ୍କ ସମେତ ବ୍ଳକ ଓ ପଞ୍ଚାୟତର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.