ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡର ୨ (ଓ) ବାଳିକା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ବାଟାଲିୟନର କମାଣ୍ଡିଂ ଅଧିକାରୀ ଏବଂ ଷ୍ଟାଫ୍ଙ୍କ ଉପସ୍ଥିତିରେ ଆଜି ସହର ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସର ଆଦି ୩ଟି ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପରିବେଶ ସୁରକ୍ଷାର ସଚେତନତା ବାର୍ତା ନେଇ ଉକ୍ତ ୩ଟି ସ୍ଥାନରେ ବିଭିନ୍ନ କିସମର ୬୦ଟି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନସିସି ଅଧିକାରୀ କ୍ୟାପଟେନ୍ ରୀତାରାଣୀ ମିଶ୍ର, ଲେଫନାଂଟ ଅର୍ଚ୍ଚନା ପଟ୍ଟନାୟକ, ମୁଖ୍ୟ ଅଧିକାରୀ କ୍ଷୀରାବତୀ ବାଗ ଓ ସେକେଣ୍ଡ ଅଫିସର ପ୍ରମିଳା ମହାପାତ୍ରଙ୍କ ସେମତ ୧୦ଜଣ ଏନସିସି କ୍ୟାଡେଟ୍ ଉପସ୍ଥିତ ରହିଥିଲେ ।





