କଳାହାଣ୍ଡି ସଂସ୍କୃତି ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ କବିତା ଆସର

ଭବାନୀପାଟଣା: କଳାହାଣ୍ଡିର ଅଗ୍ରୀଣ ସାହିତ୍ୟ ଅନୁଷ୍ଠାନ କଳାହାଣ୍ଡି ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଗୁଗୁଲମିଟ ମାଧ୍ୟମରେ ଆୟୋଜିତ ହୋଇଯାଇଛି ମାସିକ କବିତା ଆସର। ଅନୁଷ୍ଠାନର ସଭାପତି ସହନ ଲାଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ଓଡିଶା ସରକାରଙ୍କ ଅତିରିକ୍ତ ସଚିବ ଡଃ. ନିହାର ରଞ୍ଜନ ଦାଶ, ମୁଖ୍ୟବକ୍ତା ଭାବେ କବି ସ୍ନେହଳତା ଷଡଙ୍ଗୀ, ଅନୁଷ୍ଠାନର ସମ୍ପାଦକ ଡ଼ଃ. ସନ୍ତୋଷ କୁମାର ଶତପଥି ଓ ସହ ସମ୍ପାଦକ ବିଶ୍ୱରଞ୍ଜନ ପଣ୍ଡା ଆନୁଷ୍ଠାନିକ ଅତିଥି ଭାବେ ଉପସ୍ଥିତ ଥିଲେ। ପରିଚାଳନା ସମ୍ପାଦକ ଯୁବ କବି ଦକ୍ଷ ସାହୁ ସଭା ପରିଚାଳନା କରିଥିଲେ। ଜୀବନବାଦୀ କବି ପ୍ରଶାନ୍ତ କୁମାର ଦାସ ଓ କବି ସାବିତ୍ରୀ ମହାରଣାଙ୍କ କବିତା ସଂଯୋଜନାରେ ବିଭୁତି ଭୂଷଣ ଠାକୁର, ଗୀତାଞ୍ଜଳି ମହାନ୍ତି, ନାହିଦା ସାହିନ, ଅନିତା ପାଣି, କଳ୍ପନା ରଥ, ମିନତୀ ପ୍ରଧାନ, ମଞ୍ଜୁରଣୀ ରଥ, କୁବେର ବୁଡ଼କେ, କାମରାଜ ସାହୁ, ସବ୍ୟସାଚୀ ସାହୁ, ଭାଗିରଥି ସାଗର, ସୁମତି ମୁଣ୍ଡ, ଯୁଧିଷ୍ଠିର ମୁଦୁଳି, କ୍ଷଣପ୍ରଭା ଶତପଥି, ଚିନ୍ମୟୀ ପରିଡା ଓ ରମାକାନ୍ତ ସିଂ ସାହାଣୀ ସ୍ୱରଚିତ କବିତା ଆବୃତି କରିଥିଲେ। କବି ଜୟଦରଥ ସୁନା, ଜାଦବେନ୍ଦ୍ର ସାହ, ସୁଧୀର କୁମାର ଧଙ୍ଗଡା ମାଝୀ, ଶରତ ଚନ୍ଦ୍ର ପାଢ଼ୀ ଓ ପ୍ରୀତିମୟୀ ରଥପ୍ରମୁଖ ଉପସ୍ଥିତ ଥିଲେ। କବି ଯୁଧିଷ୍ଠିର ମୁଦୁଳି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.