ମୁଖିଗୁଡାଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଜୟପାଟଣା: ସାରା ବିଶ୍ୱରେ କୋଭିଡ ମହାମାରୀ ଚାଲି ଥିବାରୁ ରୋଗୀ ମାନଙ୍କୁ ରକ୍ତର ଆବଶ୍ୟକତା ପଡୁଥିବା ହେତୁ ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ‘ଓଡ଼ିଶା ମୋ ପରିବାର’ ଆନୁକୂଲ୍ୟରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପାଟଣା ବ୍ଲକ ମୁଖିଗୁଡା ଉପର ଇନ୍ଦ୍ରାବତୀ ଯୋଜନା ଉଚ୍ଚ ବିଦ୍ୟାଳୟ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ ଯୋଗଦେଇ ରକ୍ତଦାନ ଶିବିରର ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଧର୍ମଗଡ଼ ବିଧାୟକ ମହୋଷୋଧି ବାଗ, ଜୟପାଟଣା ବ୍ଳକ ବିଜେଡି ସଭାପତି ମିନକେତନ ପୁଝାରୀ, ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ଅଗ୍ରୱାଲ, ବିଜେଡି କର୍ମୀ ଏବଂ ସ୍ବେଚ୍ଛାକୃତ ରକ୍ତଦାତା ଅଂଶ ଗ୍ରହଣ କରିଥିଲେ।

ଏଥିରେ ଭବାନିପାଟଣା ବ୍ଳଡ ବ୍ୟାଙ୍କର ଅଧିକାରୀ ଏବଂ କର୍ମଚାରୀ ମାନେ ଆସି ସ୍ବେଚ୍ଛାକୃତ ରକ୍ତଦାନ ଶିବିରଟିକୁ ପରିଚାଳନା କରି ରକ୍ତ ନମୁନା ସଂଗ୍ରହ କରିଥିଲେ। ଶିବିରରେ ୧୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୁଚନା ମିଳିଛି। ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ରକ୍ତଦାତାମାନଙ୍କୁ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ।

ଜୟପାଟଣାରୁ ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.