ଜୁନାଗଡ଼ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଜୁନାଗଡ଼ ଅଗ୍ନିଶମ ବିଭାଗ, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ, ଓ ସବୁଜ ଜୁନାଗଡ଼ ଅଭିଯାନର ମିଳିତ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ଡିଏଫଓ ଟି. ଅଶୋକ କୁମାର, ଜିଲ୍ଲା ଉପ ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ, ଜୁନାଗଡ଼ ବିଡ଼ିଓ ଦୁଲାରାମ ମାରାଣ୍ଡି, ତହସିଲଦାର ବେଦବ୍ୟାସ ଭୋଇ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର, ଅଜୟ ମିଶ୍ର, ଅଶୋକ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନିଶମ ଷ୍ଟେସନ ଅଧିକାରୀ ଅପୂର୍ବ ରଞ୍ଜନ ସାହୁ, ଏଏଫଓ ବିଶ୍ୱନାଥ ମୁଣ୍ଡା, ଶିକ୍ଷକ ସଂଘ ସଭାପତି ସରୋଜ ପଣ୍ଡା, ପିଆଇ କଲେଜ ଖେଳ ପ୍ରଶିକ୍ଷକ ସମୀର ସାହୁ, ବିଜେଡି ନେତା ଆଦିତ୍ୟ ନନ୍ଦ, ଦିନେଶ ବଗର୍ତ୍ତି, ମହେଶ ସାହୁ, କାଳିଆ କନ୍ଦପାନ, ଦୁଷ୍ମନ୍ତ ବାଗ, ବେଣୁ ଦୀପ, କାମାକ୍ଷ ପ୍ରଧାନୀ, ଟଟ ଯାଦବ ପ୍ରମୁଖଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ। ବନ ମହୋତ୍ସବ ସଭା ଶେଷରେ ଅତିଥିମାନେ ବୃକ୍ଷ ରୋପଣ କରିଥିଲେ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.