ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଦିବସରେ ‘ଆଦର୍ଶ ସାମ୍ବାଦିକ ଗୋପବନ୍ଧୁ’ ଶୀର୍ଷକ ୱେବ ସଂଗୋଷ୍ଠୀ 

ଭବାନୀପଟଣା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଶା, ମା’ ମାଣିକେଶ୍ୱରୀ କଳାହାଣ୍ଡି ଶାଖା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧ ଦିବସ ଅବସରରେ ଆଦର୍ଶ ସାମ୍ବାଦିକ ଗୋପବନ୍ଧୁ ଶୀର୍ଷକ ୱେବ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଶାଖା ସଂଯୋଜକ ମନୋଜ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଭର୍ଚ୍ୟୁଆଲ କାର୍ଯ୍ୟକ୍ରମରେ ନିଉଜ୍ ଆଇଟିନ୍ ଓଡ଼ିଆର ପ୍ରଡ୍ୟୁସର ବିକ୍ରମ ପରିଜା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗୋପବନ୍ଧୁଙ୍କ ଆଦର୍ଶ ସାମ୍ବାଦିକ ଜୀବନର ବିଶେଷତା ଓ ଅମର କୀର୍ତ୍ତି ସମାଜ ଖବର କାଗଜ ପ୍ରତିଷ୍ଠା ସମାଜର ସମ୍ବେଦନଶୀଳ ବିଷୟକୁ ଜଣେ ସତ୍ୟନିଷ୍ଠ ସାମ୍ବାଦିକ ଭାବରେ ଶାଣିତ ସ୍ୱରରେ ସର୍ବସମ୍ମୁଖରେ ଉପସ୍ଥାପନ କରି ସମସ୍ୟାର ସମାଧନ ପାଇଁ ସେ ଉଦ୍ୟମ ଜାରି ରଖିଥିଲେ। ବର୍ତ୍ତମାନ ମଧ୍ୟ ସମସ୍ତ ସାମ୍ବାଦିକ ତାଙ୍କ ଭଳି ସମାଜ ମଧ୍ୟକୁ ଯାଇ ସେମାନଙ୍କର ସ୍ୱରକୁ ସର୍ବସମ୍ମୁଖରେ ଉପସ୍ଥାପନ କରି ସମସ୍ୟାର ସମାଧାନ କରି ସମାଜ ଓ ରାଷ୍ଟ୍ର ନିର୍ମାଣରେ ସହାୟକ ହେବାପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଭଏସ ଅଫ କମନ୍ସ ର କାର୍ଯ୍ୟକାରୀ ସମ୍ପାଦକ ସତ୍ୟନାରାୟଣ ଦାସ ଯୋଗ ଦେଇ ଗୋପବନ୍ଧୁଙ୍କ ଭଳି ଆଦର୍ଶ ସାମ୍ବାଦିକମାନଙ୍କ ଦ୍ୱାରା ହିଁ ସମାଜର ଆବେକ ସନସ୍ୟର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗଦୀଶ୍ୱର ମୁଣ୍ଡ, ମୀନା କୁମାରୀ ମୁଣ୍ଡ, ସତ୍ୟ ନାରାୟଣ ମୁଣ୍ଡଛିନା, ଲିପ୍ସାମୟୀ ଦୁବେ, ଭୁବନେଶ୍ୱର ପୁରୋହିତ, ଚିନ୍ମୟ କୁମାର ଶତପଥି, ନାରାୟଣ ନାୟକ, ହେମନ୍ତ କୁମାର ମୁଣ୍ଡ, ସାଗର କୁମାର ବୈଠାରୁ, ପ୍ରମୋଦ କୁମାର ଠାକୁର, ରୁଦ୍ରମାଧବ ବାରିକ, ରାମଚନ୍ଦ୍ର ପଟେଲ, ବାସନ୍ତୀ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.