ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଜୁନାଗଡ଼ ଗସ୍ତ

ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଦିନିକିଆ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁଓଡିସି )ର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ। ଜୁନାଗଡ଼ ତଳ ଜାରିଙ୍ଗ ଛକ ଠାରେ ଥିବା ଛେଳି ପ୍ରଜଜନ କେନ୍ଦ୍ର, ଜୁନାଗଡ଼ ସହର ସ୍ଥିତ ବିଜୁପଟ୍ଟନାୟକ ଷ୍ଟାଡିୟମ, ଜୁନାଗଡ଼ ନୂତନ କୋଭିଡ ଡାକ୍ତର ଖାନା, ବସଷ୍ଟାଣ୍ଡ, ନେତ୍ର ଚିକିତ୍ସାଳୟ, ଜୁନାଗଡ଼ ବ୍ଲକ କାର୍ଯ୍ୟଳୟର ଭବିଷ୍ୟତ ଉନ୍ନତି କରଣ ଆଦି ଉପରେ ସେ ସମୀକ୍ଷା କରିଥିଲେ। ଏହା ପରେ ଛୋରିଆଗଡ଼ ଗ୍ରାମକୁ ଯାଇ ସେଠାରେ ଥିବା କଲେଶ୍ୱର ମନ୍ଦିର ଓ ରାମସାଗର ବୁଲି ଦେଖିବା ସହ କିପରି ଏହାର ଉନ୍ନତି କରଣ କରାଯିବା ସେ ନେଇ ସମୀକ୍ଷା କରିଥିଲେ।

Omkar Vasthu
Omkar Vasthu


ତାଙ୍କର ଏହି ଗସ୍ତ ସମୟରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ପିଡ଼ିଡିଆରଡିଏ ସୋମେଶ କୁମାର ଉପାଧ୍ୟାୟ, ଧର୍ମଗଡ଼ ଉପଜିଲ୍ଲାପାଳ ପାୱେର ସଚିନ ପ୍ରକାଶ, ଜୁନାଗଡ଼ ବିଡିଓ ତୁଲାରାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.