ବାଲେଶ୍ଵର: ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ବାର୍ଷିକ ମୁଖପତ୍ର ‘ଶିଖା’ର ଲୋକାର୍ପଣ ଉତ୍ସବ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୁଶ୍ରୀ ନୈନା ସାହୁ ଗୀତ ପରିବେଷଣ କରିଥିଲେ। ସ୍ବାଗତ ସଂଗୀତ ସୁଶ୍ରୀ ରୁଦ୍ରରୂପା ବ୍ରହ୍ମା ପରିବେଷଣ କରିଥିଲେ। ରଞ୍ଜନ କୁମାର ମହାନ୍ତି ଅତିଥି ପରିଚୟ ଏବଂ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ସଭାପତି ଦେବେନ୍ଦ୍ର କୁମାର ନାଏକ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ତଥା ଆମ ଓଡିଶା ଅଧ୍ୟକ୍ଷର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଶିଖାର ଲୋକାର୍ପଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ମୃଣାଳ ଚାଟାର୍ଜି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ସରଗରମ କରିଥିଲେ। ସଂଗ୍ରାମ କେଶରୀ ସାମନ୍ତରାୟ ସମ୍ମାନିତ ବକ୍ତlଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ରିତାରାଣୀ ନାୟକ ବରେଣ୍ୟ ଅତିଥିଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ବରେଣ୍ୟ ବକ୍ତlଙ୍କ ବକ୍ତବ୍ୟ ତପନ କୁମାର ପଣ୍ଡା ରଖିଥିଲେ। ଶିବାନନ୍ଦ ବାରିକ ସଂଯୋଜନା ପ୍ରଦାନ କରିଥିଲେ। ଡ଼ଃ ରାଧାରଞ୍ଜନ ପଟ୍ଟନାୟକ ସମୀକ୍ଷା ରଖିଥିଲେ। ସାଗର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ରତିନାରାୟଣ ରାଉତ ଶାନ୍ତିପାଠ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାଶ, କୋଷାଧକ୍ଷ ଜୁମର ନାଥ ପାତ୍ର, ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁ, ପ୍ରଦୀପ୍ତ କୁମାର ମିଶ୍ର ଉପଦେଷ୍ଟା ବାବାଜୀ ଚରଣ ଦାସ, ବିଶ୍ୱେଶ୍ୱର ମାଝୀ, ଶ୍ୟାମା ପ୍ରସାଦ ମିଶ୍ର, ବିପିନ ବିହାରୀ ବାରିକ, ପ୍ରମୋଦ କୁମାର ପଣ୍ଡା, ଅରୁଣ କୁମାର ମହାପାତ୍ର, ସ୍ନିଗ୍ଧା ସାମନ୍ତରାୟ, ବିନୋଦିନୀ ଦାସ, ପ୍ରଫୁଲ୍ଲ କୁମାର ହୋତା, କୁମାର ଗୋପାଲ୍, ଜଗନ୍ନାଥ ବାରିକ,ରଞ୍ଜନ କୁମାର ପଣ୍ଡା, ସଂଯୋଜକ ନରେନ୍ଦ୍ର ରାଉତ, ସାଗର କୁମାର ପରିଡା, ସଂଯୋଜିକା ନନ୍ଦିନୀ ରାଉତ, ସହ ସଂଯୋଜକ ତପନ କୁମାର ବିଶ୍ୱାଳ, ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ବାସୁଦେବ ସାହୁ, ସଦସ୍ୟା ରୀତା ଅପରାଜିତା, ମନୋରମା ମହାପାତ୍ର, ସଂହିତା ଦାସ, ପ୍ରିୟମ୍ବଦା ସାମଲ,ସଦସ୍ୟ ଅନାମ ଚରଣ ସାହୁ, ସଦସ୍ୟ ତଥା କବି ତ୍ରିନାଥ ପଟ୍ଟନାୟକ, ସଦସ୍ୟ ସମର ବଲ୍ଲଭ ଭୋଇ, ଅଶୋକ ପ୍ରଧାନ, ଧୀରେନ ବାଗ, ରଣଜିତ କୁମାର ପୃଷ୍ଟି, ସଦସ୍ୟା ବିଦ୍ୟୁତପ୍ରଭା ମିଶ୍ର, ସଦସ୍ୟ ଅଭୟ ତ୍ରିପାଠୀ ଶର୍ମା, ସଦସ୍ୟ ଅରୁଣ ପଟ୍ଟନାୟକ, ରତିନାରାୟଣ ରାଉତ, ସଦସ୍ୟା ନିରୁପମା ପତି, ସଦସ୍ୟ ଜିତେନ୍ଦ୍ରିୟ ମହାପାତ୍ର, ଉମାକାନ୍ତ ଦାସ, ଶୁଭ୍ରାଂଶୁ ମାହୁନ୍ତ, ବିଜୟ ମହାପାତ୍ର, ବିଜୟ କୁମାର ଦାସ ଅଧିକାରୀ ପ୍ରମୁଖ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ କବି ଏବଂ କବୟିତ୍ରୀ ଯୋଗ ଦେଇଥିଲେ।