କେସିଙ୍ଗା/ବଲାଙ୍ଗୀର, ୨୭|୮ (ବର୍ଦ୍ଧମାନ ଜୈନ): ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଳକ ଡୁଙ୍ଗୁରୁପାଲିଠାରେ ଏକ ଅଭାବନୀୟ ଦୃଷ୍ୟ ଦେଖିବାକୁ ମିଳିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ [ଓଡି୧୯ ଏଲ୍୯୮୧୨]ର ଡ୍ରାଇଭର ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ତୁସୁରା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।