ଡକ୍ଟର ଅଜିତ କୁମାର ବେହେରାଙ୍କ ଗବେଷଣାଧର୍ମୀ ପୁସ୍ତକ ‘କଳାହାଣ୍ଡିର ଲୋକ ବିଶ୍ୱାସ’ ଉନ୍ମୋଚିତ

ଭବାନୀପାଟଣା, ୩୦|୮: ସ୍ଥାନୀୟ ହୋଟେଲ ଆମ୍ରପଲ୍ଲୀ କ୍ଲାସିସ ଠାରେ ଆୟୋଜିତ ଆକାଂକ୍ଷା ଉତ୍ସବରେ ବିଶିଷ୍ଟ ଗବେଷକ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରାଙ୍କ ଗବେଷଣା ମୂଳକ ପୁସ୍ତକ ‘କଳାହାଣ୍ଡିର ଲୋକ ବିଶ୍ୱାସ’ ଉନ୍ମୋଚିତ ହୋଇଯାଇଛି।


ଏନେଇ ଆୟୋଜିତ ମହାସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ପୁସ୍ତକଟିର ଶୁଭ ଉନ୍ମୋଚନ କରିଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଓ କନଭେନର ଭାବରେ ଅବଦୁଲ କାଦର ମଞ୍ଚାସିନ ଥିଲେ। ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଅଜୟ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ କଳାହାଣ୍ଡିର ଶତାଧିକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ।


ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଡକ୍ଟର ଅଜିତ ବେହେରାଙ୍କ କବିତା ସଂକଳନ ‘ତୁମେ’ ଓ ‘କୁଶୁର୍ଲା ମେଳାର ଇତିହାସ’ ପ୍ରକାଶିତ ହୋଇଛି। ଡକ୍ଟର ବେହେରା କଳାହାଣ୍ଡିର ଲୋକଦେବତା ଓ କଳାହାଣ୍ଡିର କନ୍ଧାନ ଭାଷା ଓ ଲୋକ ସାହିତ୍ୟ ଉପରେ ଗବେଷଣା କରିଛନ୍ତି। ସେ ରାଜ୍ୟର ଅନେକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.