ପାର୍ଲାମେଣ୍ଟ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ % ସଂରକ୍ଷଣ : ମୂଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କଲା ଜାତିସଂଘ(ମହିଳା)

ଭୁବନେଶ୍ୱର,୨୫/୨: ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭା ଗୁଡିକରେ ୩୩ % ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ହେଉ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଥିବାରୁ ଜାତିସଂଘ(ମହିଳା) ପକ୍ଷରୁ ପ୍ରଶଂସା କରାଯାଇଛି। ଏଥିସହିତ ୟୁଏନ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଗଣମାଧ୍ୟମକୁ ଏ ବିଷୟରେ ଅବଗତ କରାଯାଇଛି। ରାଜ୍ୟ ବିଧାନସଭାରେ ୩୩ % ମହିଳା ସଂରକ୍ଷଣ ସମ୍ପର୍କିତ ଏକ ସଂକଳ୍ପ ପ୍ରସ୍ତାବକୁ ସର୍ବସମ୍ମତ କ୍ରମେ ଗୃହୀତ କରାଯାଇଛି। ଦେଶରେ ସକ୍ରିୟ ଥିବା ସମସ୍ତ ରାଜନୈତିକ ଦଳଗୁଡିକ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ସହଯୋଗ କାମନା କରାଯାଇଛି। ବିଜୁ ଜନତା ଦଳର ବରିଷ୍ଠ ନେତାମାନଙ୍କର ପ୍ରତିନିଧି ବ୍ୟକ୍ତିଗତ ଭାବେ ବିଭିନ୍ନ ଦଳର ମୁଖ୍ୟଙ୍କୁ ଭେଟି ସମର୍ଥନ ଯୋଗାଡ କରିଛନ୍ତି। କେତେକ ମୁଖ୍ୟମନ୍ତ୍ରୀ ମଧ୍ୟ ନବୀନଙ୍କ ଏହି ଉଦ୍ୟମକୁ ସମର୍ଥନ ଜଣାଇଛନ୍ତି।

Omkar Vasthu
Omkar Vasthu

ମୁଖ୍ୟମନ୍ତ୍ରୀଙ୍କୁ ୟୁଏନ୍‌(ମହିଳା) ପକ୍ଷରୁ ଡେପୁଟି କଣ୍ଟ୍ରି ରିପ୍ରେଜେଣ୍ଚିଭ୍‌ ନିସ୍ଥା ସତ୍ୟମ ଏହି ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ସାରା ବିଶ୍ୱର ୫୦ ପ୍ରତିଶତ କେବଳ ମହିଳା। ସେମାନଙ୍କ ରାଜନୈତିକ ଅଧିକାର ସମାଜକୁ ଆହୁରି ପ୍ରଗତିଶୀଳ କରିବ।  ଏହା ଦ୍ୱାରା ସାମଜିକ ଏବଂ ଅର୍ଥନୈତିକ ବିକାଶ ମଧ୍ୟ ହୋଇପାରିବ।  ତେଣୁ ମହିଳାଙ୍କୁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଂଶସନୀୟ। ଏ ସମ୍ପର୍କିତ ବିଲ୍‌ ପାର୍ଲାମେଣ୍ଟରେ ଅଟକି ରହିଛି।  ଏହାକୁ ଗୃହୀତ କରାଇବା ପାଇଁ ଓଡ଼ିଶା ସରକାର ଯେଉଁ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି, ତାହା ଉଦାହରଣ। ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ୱଙ୍କୁ ୟୁଏନ୍‌ ଅନୁଭବ କରୁଛି। ଲିଙ୍ଗଗତ ସମାନତା, ନିଷ୍ପତ୍ତି ନେବାର ଦକ୍ଷତା ବୃଦ୍ଧି କରିବା, ମହିଳାଙ୍କୁ ସଶକ୍ତିକରଣ କରିବାରେ ୟୁଏନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଲିଙ୍ଗଗତ ସମାନତାରେ ୟୁଏନ୍‌ ସହଯୋଗୀ ଭାବେ ଓଡ଼ିଶା ସରକାରଙ୍କ ସହ କାର୍ଯ୍ୟକରୁଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.