ମୁସଲିମ ଓ୍ଵେଲଫେୟାର୍ ସଂଗଠନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର

● ବିଧାୟକ ସ୍ଵରୂପ ଦାସ କଲେ ଉଦଘାଟନ

● ୧୦୦ ଚକ୍ଷୁରୋଗୀ ହେଲେ ଉପକୃତ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବାଲେଶ୍ୱରର ଅନ୍ୟତମ ସାମାଜିକ ସଂଗଠନ ମୁସଲିମ୍ ୱେଲଫେୟାର ସୋସାଇଟି ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହା ସହିତ ମଧୁମେହ ପରୀକ୍ଷା ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ସହରର ଆକତପୁର ସ୍ଥିତ କାଦ୍ରିୟା ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି ଶିବିରକୁ ସଦର ବିଧାୟକ ସ୍ଵରୂପ କୁମାର ଦାସ ଉଦ୍‌ଘାଟନ କରିବା ସହ ଅୟୋଜକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ବିଧାୟକ ସଂଗଠନର କର୍ମକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ଆକତପୁର, କାଦ୍ରୀ ମହଲ୍ଲା, ମଛୁଆ ସାହି ଅଂଚଳର ଶହେରୁ ଉର୍ଦ୍ଧ୍ବ ଚକ୍ଷୁ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରା ଯାଇଥିଲା । ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ରୋଗୀଙ୍କ ଠାରେ ମୋତିଆ ବିନ୍ଦୁ ଲକ୍ଷଣ ଦେଖା ଯାଇଥିଲା। ୩ ତାରିଖ ରବିବାର ଦିନ ଶ୍ରୀରାମ ହସପିଟାଲରେ ସେମାନଙ୍କର ମାଗଣାରେ ମୋତିଆବିନ୍ଦୁ ଅପରେସନ କରାଯିବ ।

ଅନ୍ୟପଟେ ପରୀକ୍ଷା ପରେ ମୋତିଆବିନ୍ଦୁ ଥିବା ଯେଉଁ ରୋଗୀଙ୍କ ଅଧିକ ପରିମାଣରେ ବ୍ଲଡ୍ ପ୍ରେସର୍ ଓ ଡାଇବେଟିସ୍ ଥିବ ତାହା ନିୟନ୍ତ୍ରଣକୁ ଆସିବା ପରେ ସେମାନଙ୍କର ମଧ୍ୟ ଅପରେସନ କରାଯିବ ବୋଲି ସଂଗଠନର କର୍ମକର୍ତା ମାନେ ସୂଚନା ଦେଇଛନ୍ତି । ଅପରେସନ ହେବା ପାଇଁ ଚୟନ ହୋଇଥିବା ରୋଗୀ ଏବଂ ସେମାନଙ୍କର ପରିବାର ଲୋକେ ମୁସଲିମ ୱେଲଫେୟାର ସୋସାଇଟିର ଏହିଭଳି ମହତ କାର୍ଯ୍ୟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସଂଗଠନ ପକ୍ଷରୁ ସହରର ନିକାହ ମହଲ ଠାରେ ଆୟୋଜିତ ଶିବିରରେ ଶହେ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ୧୦ ଜଣ ରୋଗୀଙ୍କର ମୋତିଆବିନ୍ଦୁ ଅପରେସନ କରାଯାଇଥିଲା । ମୁସଲିମ ୱେଲଫେୟାର ସୋସାଇଟିର ସଭାପତି ମୁକ୍ତାର ଅହେମ୍ମଦ, ଉପସଭାପତି ସୈୟଦ ସଲିମ ରାଜା, ଅସଲମ ଖନ, ସମ୍ପାଦକ ସେଖ୍ ଆୟୁବ୍, ଯୁଗ୍ମ ସମ୍ପାଦକ ମୁକ୍ତାର ଖାଁ, ରଜବ୍ ଅଲ୍ଲି , କୋଷାଧ୍ୟକ୍ଷ ହାଜି ସେଖ୍ ଜମାଲ,,ସେଖ୍ ଅଲି ମହମ୍ମଦ,ହାମିଦ୍ ଖାଁ, ସେଖ୍ ନଜିମ୍, ଆଜିମ୍ ବାଲେଶ୍ବରୀ, ସେକ ମନସୁର ଅଲ୍ଲିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.