ବାଲ୍ୟ ବିବାହ ନିଷେଧ ଓ ଶିଶୁ ସୁରକ୍ଷା ସମ୍ପର୍କରେ ଆଲୋଚନା ଓ ଶପଥ ପାଠ

● ଦିନକରେ ଏକ ଲକ୍ଷ ଲୋକଙ୍କ ଦ୍ୱାରା ‘ବାଲ୍ୟ ବିବାହକୁ ନା’ଶପଥ ଗ୍ରହଣ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ପ୍ରଶାସନ ଦ୍ଵାରା ବାଲ୍ୟ ବିବାହ ନିଷେଧ ଓ କିଶୋରୀ ସଶକ୍ତିକରଣ ପାଇଁ ଚାଲିଥିବା ପ୍ରଚେଷ୍ଟା ଅଭିଯାନର ତ୍ରୟ ମାସିକ ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୨ ତାରିଖ ଦିନ ଜିଲ୍ଲାର ସମସ୍ତ ୧୮୨ ଟି ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ମାଧ୍ୟମରେ ବାଲ୍ୟ ବିବାହ, ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ସମ୍ବନ୍ଧିତ ସମସ୍ୟା ଓ ସମସ୍ତ ସ୍କୁଲ ଯିବା ବୟସର ପିଲା ବିଦ୍ୟାଳୟକୁ ଯିବା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ସ୍ଵତନ୍ତ୍ର ଗ୍ରାମ ସଭାରେ ଉପରୋକ୍ତ ସମସ୍ୟା ଗୁଡିକ ଆଲୋଚନା କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଗ୍ରାମସଭାର ଅଧ୍ୟକ୍ଷ ତଥା ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତ ର ସ୍ଵତନ୍ତ୍ର ଗ୍ରାମସଭାରେ ଏହି ବିଷୟ ଗୁଡିକୁ ଆଲୋଚନା କରିଥିଲେ । ଏହି ଆଲୋଚନାରେ ପୁଅକୁ ୨୧ ବର୍ଷ ପୂରଣ ପୂର୍ବରୁ ଓ ଝିଅକୁ ୧୮ ବର୍ଷ ପୂରଣ କରିବା ପୂର୍ବରୁ ବିବାହ କରିଲେ କିମ୍ବା କରାଇଲେ ଏହାକୁ ବାଲ୍ୟ ବିବାହ କୁହାଯାଏ ବୋଲି କୁହାଯାଇଥିଲା ଏପରିକି ବାଲ୍ୟ ବିବାହ କରୁଥିବା କିମ୍ବା କରାଉଥିବା ବ୍ୟକ୍ତି ମାନଙ୍କୁ ୨ ବର୍ଷ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଜୋରିମାନା ହୋଇପାରେ ବୋଲି ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଯଦି କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଥିବାର ଖବର ପାଆନ୍ତି କିମ୍ବା ନଜରକୁ ଆସେ ତେବେ ତୁରନ୍ତ ୧୦୯୮ (ଚାଇଲ୍ଡଲାଇନ), ୧୧୨ (ପୋଲିସ), ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ସରପଞ୍ଚ, ସ୍ଥାନୀୟ ଅଙ୍ଗନବାଡି କର୍ମୀ, ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇବା ଆବଶ୍ୟକ ବୋଲି ସଚେତନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନିର୍ବନ୍ଧ ସମୟରୁ କିମ୍ବା ବାହାଘର ବିଷୟରେ ଆଲୋଚନା ସମୟରେ ଝିଅ ଓ ପୁଅର ବୟସ ଯାଞ୍ଚ କରିନେବା ଆବଶ୍ୟକ ଓ ବୟସ ଯାଞ୍ଚ ପାଇଁ ଜନ୍ମ ପ୍ରମାଣ ପତ୍ର କିମ୍ବା ବିଦ୍ୟାଳୟରେ ପାଠ ପଢି ଥିବା ସାର୍ଟିଫିକେଟ ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଇଥିଲା । ଯଦି ହଠାତ ଆବଶ୍ୟକ ପଡେ ତେବେ ସେହି ଅଞ୍ଚଳର ଅଙ୍ଗନବାଡି କର୍ମୀଙ୍କ ପାଖରେ ଥିବା ରେଜିଷ୍ଟରରୁ ଯାଞ୍ଚ କରିନେବା ଆବଶ୍ୟକ କିନ୍ତୁ ଜନ୍ମ ସାର୍ଟିଫିକେଟ କିମ୍ବା ବିଦ୍ୟାଳୟ ଦ୍ଵାରା ପ୍ରଦତ୍ତ ସାର୍ଟିଫିକେଟ ହିଁ ଉପଯୁକ୍ତ ମାଧ୍ୟମ ବୋଲି ସଚେତନ କରଯାଇଥିଲା । କିଛି ଗାଁରେ ଦେଖାଯାଉଛି ଯେ, ପୁଅ ଝିଅ ଭଲ ପାଇ ପଳାଉଛନ୍ତି ଏବଂ ପରେ ଫେରୁଛନ୍ତି କିନ୍ତୁ ଏହା ଆଇନ ଅନୁସାରେ ଦଣ୍ଡନୀୟ, ଯଦି ଝିଅ ବା ପୁଅ ଜଣକ ୧୮ ବର୍ଷ ପୂରଣ କରି ନ ଥିବେ ତେବେ ଏହା ଶିଶୁଙ୍କ ସହିତ ଯୌନ ଅତ୍ୟାଚାର ଆଇନ ଅନୁସାରେ ଦଣ୍ଡନୀୟ ହେବେ ତେଣୁ ଏହି ବିଷୟରେ ସମସ୍ତ ଗ୍ରାମ ଗୁଡିକରେ ସଚେତନ କରାଯିବା ଆବଶ୍ୟକ ବୋଲି ଗ୍ରାମସଭାରେ ମତ ପ୍ରକାଶ ପାଇଥିଲା । ପୁଅ ସହିତ ନାବାଳିକା ଝିଅ ଯଦି ଅନ୍ୟ ଅଞ୍ଚଳକୁ ପଳାୟନ କରନ୍ତି ତେବେ ତାହା ନାବାଳକ ଚାଲାଣ ଓ ନାବାଳିକା ଚାଲାଣ ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ବୋଲି ସଚେତନ କରାଯାଇଥିଲେ । ପୁଅ ଝିଅ ଭଲ ପାଇ ଅନ୍ୟ ଅଞ୍ଚଳ ବା ରାଜ୍ୟ କୁ ପଳାଇ ଗଲେ ସେଠାରେ ଶିଶୁ ଶ୍ରମିକ କିମ୍ବା ଅନ୍ୟ ସମସ୍ୟା ଗୁଡିକରେ ପଡି ପାରନ୍ତି ତେଣୁ ସମସ୍ତ ଗ୍ରାମବାସୀ ଏହି ସମସ୍ୟା ଗୁଡିକ ବିଷୟରେ ବୁଝିବା ଆବଶ୍ୟକ ଏଥିପାଇଁ ସଚେତନତା କରାଯିବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ୬ ରୁ ୧୪ ବର୍ଷର ସମସ୍ତ ଶିଶୁ ବିଦ୍ୟାଳୟରେ ପାଠ ପଢିବା ଆବଶ୍ୟକ ତେଣୁ ଯେଉଁ ଶିଶୁ ମାନେ ବିଦ୍ୟାଳୟକୁ ନିୟମିତ ଯାଉ ନାହାନ୍ତି ସେମାନଙ୍କୁ ପଠାଇବା ପାଇଁ ଅଭିଭାବକ ମାନଙ୍କୁ ସଚେତନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ଗ୍ରାମସଭା ମାନଙ୍କରେ ୱାର୍ଡ ସଭ୍ୟ/ ସଭ୍ୟା, ବିଭିନ୍ନ ଗ୍ରାମର ଗ୍ରାମବାସୀ ଓ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଶିଶୁ ମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ଵ ବୋଲି କହିଥିଲେ । ଏହିଭଳି ଆଗାମୀ ଦିନରେ ମଧ୍ୟ ସମସ୍ତ ଗ୍ରାମ ପଞ୍ଚାୟତରେ ଶିଶୁ ମାନଙ୍କ ସମସ୍ୟା ଗୁଡିକ ବିଷୟରେ ନିୟମିତ ଆଲୋଚନା ପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ସମସ୍ତେ ବାଲ୍ୟ ବିବାହ ନିଷେଧ ଓ ଶିଶୁ ସୁରକ୍ଷା ସମ୍ପର୍କରେ ମିଳିତ ଶପଥ ପାଠ କରିଥିଲେ । ଏହା ସହିତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ସ୍ତରରେ ମାତୃ କମିଟି ଓ ଯାଞ୍ଚ କମିଟି ଦ୍ଵାରା ବାଲ୍ୟ ବିବାହ ନିଷେଧ ନିମନ୍ତେ ଶପଥ ପାଠ କରଯାଇଥିଲା । ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯଜ୍ଞସେନୀ ବେହେରା, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଓ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ପ୍ରମୁଖ ଜିଲ୍ଲା ଓ ବ୍ଲକ ସ୍ତରରେ ତଦାରଖ ଓ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.