ସାନଚେରଗାଁରେ ଡମ୍ ସମାଜର ନୂଆଖାଇ ଭେଟଘାଟ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ଡମ୍ ସମାଜ ବିକାଶ ପରିଷଦ କେଗାଁ ମଣ୍ଡଳ ତରଫରୁ ସାନଚେରଗାଁ ଠାରେ ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡେରେସନର ଉପ ସଭାପତି ତଥା ଦୁର୍ନୀତି ବିରୋଧି ମହାସଂଘର ସଭାପତି ଶ୍ରୀ ବିନ୍ଦୁ ମହାନନ୍ଦଙ୍କ ଆବାହକତ୍ୱରେ କେଗାଁ ମଣ୍ଡଳ ସଭାପତି କ୍ଷେତ୍ର ମୋହନ ଛତ୍ରିଆଙ୍କ ସଭାପତିତ୍ୱରେ ନୂଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ।

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସମ୍ବିଧାନ ପ୍ରଣେତା ଡ.ବି ଆର ଅମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବୈଠକରେ ସମସ୍ତେ ଏକତା , ଶିକ୍ଷିତ ଓ ସଂଗଠିତ କେମିତି ହେଇ ପାରିବା ସେ ବିଷୟରେ ସମସ୍ତେ ବକ୍ତବ୍ୟ ଦେଇଥିଲେ । ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ଗୋଳାମୁଣ୍ଡା ବ୍ଲକର ନୂତନ ସଭାପତି କ୍ଷେତ୍ର ମୋହନ ଛତ୍ରିଆଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ଘୋଷଣା କରାଗଲା ।


କାର୍ଯ୍ୟମରେ ମୁଖ୍ୟ ଅତିଥି ଭାବରେ ଏଓଏସିଏଫର ସଭାପତି ଧନଞ୍ଜୟ ଦୀପ ଓ ସମ୍ମାନୀୟ ଅତିଥି ଭାବରେ ଏଓଏସିଏଫର ସାଧାରଣ ସଂମ୍ପାଦକ ଜତିନ୍ଦ୍ର କର, ଜିଲ୍ଲା ସଂମ୍ପାଦକ ତଥା ଗୋଲାମୁଣ୍ଡା ପ୍ରଭାରୀ ଜୟ ପ୍ରକାଶ ଜାଲ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଏଓଏସିଏଫ ର ଜିଲ୍ଲା ଆଇନ୍ ବିଭାଗର ମୁଖ୍ୟ ଛବିଲାଳ ନିଆଲ, ଜିଲ୍ଲା ଛାତ୍ର ମୁଖ୍ୟ ଢଗମାଳିଆ ନାଏକ, ଡମ୍ ସମାଜ ବିକାଶ ପରିଷଦର ବ୍ଲକ ସଭାପତି ରାମକୁମାର ସେନାପତି, ଭଗବାନ କର, କେଦାର ତାଣ୍ଡି, ଭୁବନେ ନିଆଲ, ଭାଗ୍ୟବାନ ବାଗ, ସୁଦର୍ଶନ ବେଶ୍ରା, ମନୁରାମ ମଙ୍ଗରାଜ, ମନୋଜ ସିପକା, ରବି ତାଣ୍ଡି, ଲେତେର ସରପଂଚ ଗୋବିନ୍ଦ ବାଗ, ହରି ବାଗ, ପବନ ମହାନନ୍ଦ, ନାରି ନେତ୍ରୀ ନମ୍ରତା ସିପକା ଓ ସେବତୀ ନାଏକ, କୃଷ୍ଣ ଚନ୍ଦ୍ର ବାଗ, ଧର୍ମେନ୍ଦ୍ର ନାଏକ, ଶମ୍ଭୁ ସୁନାନୀ, କପୁର୍ଚ୍ଚନ ସେଠିଆ ପ୍ରମୁଖ ମଂଚାସୀନ ଥିବାବେଳେ ଗୋଲାମୁଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତ, ସୁଶାନ୍ତ ଦଲେଇ, ସୌମ୍ୟ ରଞ୍ଜନ ଅଗସ୍ତି, ବଟକୃଷ୍ଣ ପଣ୍ଡା, ଆକାଶ କୁମାର ଜଗତ, ଦାମୋଦର ଦାସ, କୃଷ୍ନ ଚନ୍ଦ୍ର ମହାନନ୍ଦ, କହ୍ନେଇ ତାଣ୍ଡି , ଶଙ୍କର ଖୁରା ଓ ବରିଷ୍ଠ ଆଇନ ଜୀବି ଅମରେନ୍ଦ୍ର ସିଂଙ୍କୁ କାର୍ଯ୍ୟକ୍ରମ ତରଫରୁ ଉପଢୈ।କନ ଦେଇ ସ୍ୱାଗତ କରିଥି୍ବା ବେଳେ ବିନ୍ଦୁ ମହାନନ୍ଦ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମ ପଂଚାୟତର ପାଖାପାଖି ୫୦୦ ଲୋକରୁ ଅଧିକ ଅନୁସୂଚିତ ଜାତିର ଲୋକେ ଯୋଗଦାନ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.