ଲାଞ୍ଜିଗଡ: ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ଚନ୍ଦନପୁରଠାରେ ପ୍ଲାଷ୍ଟିକମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜିତ ହୋଇଯାଇଛି। ଶିବରାମ ଯୁବକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଲାଞ୍ଜିଗଡ ବ୍ଲକର ଯୁବ ସ୍ବେଚ୍ଛାସେବୀ ବିଭୂତି ଭୂଷଣ ଦୁର୍ଗା ଓ ଜିତେନ୍ଦ୍ର ନାଏକ ଯୋଗଦେଇ ସଚେତନତା ବାର୍ତ୍ତା ଦେବା ସହ ଅଭିଯାନର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଉପସ୍ଥିତ ଯୁବକମାନେ ସ୍ଵଚ୍ଛତା ଶପଥ ପାଠ କରିଥିଲେ। ସଂଯୋଜକ ଶ୍ରୀ ଦୁର୍ଗା ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ଶିବରାମ ଯୁବକ ସଂଘର ସମସ୍ତ ସଭ୍ୟ ଯୋଗଦାନ କରି ସ୍ଵଚ୍ଛତା ଅଭିଯାନକୁ ସଫଳ କରିଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in