ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ:ତୃତୀୟ ଦିନରେ ଗଣଧାରଣା

● ଦାବି ପୂରଣ ନ ହେବା ଯାଏଁ ସଂଗ୍ରାମ ଜାରୀ ରହିବ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବି ଆଜି ତୃତୀୟ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ଦାବି ପୂୁରଣ ନହେବା ଯାଏଁ ସଂଗ୍ରାମ ଜାରି ରହିବ ବୋଲି ମଂଚ ତରଫରୁ ଚେତାବନୀ ଦିଆଯାଇଛି । ଆଜି ତୃତୀୟ ଦିନରେ ମ.ରାମପୁର ବ୍ଲକ ସାଲେପାଲି ପଂଚାୟତବାସୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସଂଗ୍ରାମ ମଂଚ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଆନ୍ଦୋଳନର ମୁଖ୍ୟ ପୁରୋଧା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଆଜି ଭିକ ମାଝୀ, ମୁରଲୀ ସାହୁ, କେଲାର ମାଝୀ, ମୁରଲୀ ମାଝୀ, ପ୍ରେମ ମାଝୀ, ରାଜୁ ମାଝୀ, କୁମର ମାଝୀ, ଲୋଚନ ଧରୁଆ, ଚମରା ବଗର୍ତ୍ତୀ, ଅଭିମନ୍ୟୁ ସାହୁ, ବିପ୍ର ମାଝୀ, ବାବୁଲାଲ ସାହୁ, ମାନସ ପ୍ରହରାଜ, ହଳଧର ରଣା, ଶ୍ରୀକୃଷ୍ଣ ଡ଼ୁଙ୍ଗୁରି, ବିରଂଚି ମାଝୀ, ନକୁଳ ସୁନା, ରାମଚନ୍ଦ୍ର ସୁନା, ସେନାପତି ମାଝୀ, ହିମାଦ୍ରୀ ସ୍ୱାଇଁ ପ୍ରମୁଖ ଆନ୍ଦୋଳନରେ ସାମିଲ ହେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ନ ମିଳିବା ଯାଏଁ ପଂଚାୟତ କ୍ରମାନ୍ୱୟରେ ଆନ୍ଦୋଳନରେ ସାମିଲ ହେବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.