ସାମ୍ବାଦିକ ହେମନ୍ତ ମାଝୀ ପାଇଲେ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଜାତୀୟ ପ୍ରେସ ଦିବସ ଅବସରରେ ସାମ୍ବାଦିକ ହେମନ୍ତ କୁମାର ମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ନର୍ଲା ବ୍ଲକ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଆୟୋଜିତ ହୋଇଥିଲା। ଏଥିରେ ହେମନ୍ତ ମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ଉଦଘାଟକ ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ, ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକ, ଓଡିଶା ସାମ୍ବାଦିକ ୟୁନିୟନ ସମ୍ପାଦକ ଇଙ୍ଗିତ ପଣ୍ଡା, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂ ଏବଂ ମଞ୍ଚ ସଂଯୋଜକ ଜିଲ୍ଲା ଉପସଭାପତି ଲିଙ୍ଗରାଜ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଧର୍ମଗଡର ଯୁବ ସାମ୍ବାଦିକ ହେମନ୍ତ ମାଝୀ ଜନଜୀବନର ନିଃସ୍ୱାର୍ଥପର ସ୍ୱର ଭାବରେ ନିଜକୁ ପ୍ରତିପାଦନ କରି ପାରିଛନ୍ତି। ଅନେକ ସମୟରେ ତାଙ୍କ ଲେଖନୀରୁ ନିସୃତ ହେଇଥାଏ ଅନ୍ଧାରୀ ମୁଲକର ଅକୁହା କଥା। ଜୀବନ ଆଉ ଯାତନାକୁ ନେଇ ସେ ଅନେକ ପ୍ରଭାବଶାଳୀ ସମ୍ବାଦ ଲେଖି ସମାଜକୁ ଦେଇଛନ୍ତି ନୂତନ ଏକ ସଚେତନତା। ସେ ନିଜର ସାମ୍ବାଦିକତା ଜୀବନରେ ଅନୁପମ ଭାରତ, ମନ୍ଥନ, ନେତା, ଅର୍ଜି, ସଂଘର୍ଷ, ଜାଗ୍ରତ ଓଡ଼ିଶା ଭଳି ବିଭିନ୍ନ ସାପ୍ତାହିକ ଏବଂ ଦୈନିକ ଖବର କାଗଜର ସାମ୍ବାଦିକ ଭାବରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ନିତିଦିନ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଓଡ଼ିଶା ଟାଇମ୍ସର ସାମ୍ବାଦିକ ଭାବେ କାର୍ଯ୍ୟରତ। ସାମ୍ବାଦିକତା ହେମନ୍ତଙ୍କ ପାଇଁ ସମାଜସେବାର ଏକ ବଳିଷ୍ଠ ମାଧ୍ୟମ ସାଜିଛି। ଉତ୍କୃଷ୍ଟ ସମ୍ବାଦ ପରିବେଷଣ କରି ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ ଏବଂ ଅସହାୟଙ୍କ ସହାୟ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.