ଭବାନୀପାଟଣା: କାଳୀମନ୍ଦିର ପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷୟତ୍ରୀ ସଂଯୁକ୍ତା ଆଚାର୍ଯ୍ୟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ସ୍ନେହଲତା ଖାଡଙ୍ଗା, ମୁଖ୍ୟ ଅତିଥି ବି.ଇ.ଓ. ଜଗନ୍ନାଥ ପୁରୋହିତ, ସମ୍ମାନୀତ ଅତିଥି ବି.ଆର.ସି.ସି., ଏ.ବି.ଇ.ଓ ଜୟ କୁମାର ମାଝୀ, ଏ.ବି.ଇ.ଓ ସାରଙ୍ଗଧର ମୁଣ୍ଡ, ଏ.ବି.ଇ.ଓ. ହୃଷୀକେଶ ନାଏକ, ପୂର୍ବତନ ସି.ଆର.ସି.ସି ମେଦିନୀପୁର କ୍ଲଷ୍ଟର ରାଧେଶ୍ୟାମ ଦାସ, ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଢଳଦେବ ମୁଣ୍ଡ, ପୁରୁଣାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଲୀନା ଦାସ, ସି.ଆର.ସି.ସି ମେଦିନୀପୁର କ୍ଲଷ୍ଟର ତୁଳସୀରାମ ସାହୁ, ପୂର୍ବତନ ସି.ଆର.ସି.ସି ସୁନିତା କ୍ରୁପ୍ ପ୍ରମୁଖ ବିଦାୟୀ ଶିକ୍ଷୟତ୍ରୀଙ୍କ ସୁଗୁଣାବଳୀ ଏବଂ ତାଙ୍କ ଚାକିରୀର ବିଶିଷ୍ଟ କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ସେ ଶିକ୍ଷକ ମାନଙ୍କ ପାଇଁ ଏକ ପ୍ରେରଣା ବୋଲି ମତ ପ୍ରକାଶ କରିଥିଲେ। ଏହି ସଭାକୁ ବାପୁଜୀ କ୍ଲଷ୍ଟର ସି.ଆର.ସି.ସି ମିନତୀ କୁମାରୀ ପ୍ରଧାନ ପରିଚାଳନା କରିଥିଲେ ଓ ଉକ୍ତ ବିଦ୍ୟାଳୟର ସହଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁ ଓ ସୁମତି ଦାସ ସହଯୋଗ କରିଥିଲେ।