ଟିଟିଲାଗଡ ଉପଖଣ୍ଡ ସ୍ଥରୀୟ ଯାଦବ ମହାସଭାର ନୂଆଖାଇ ଭେଟଘାଟ

ଟିଟିଲାଗଡ,୧୫/୧୧: ଯାଦବ ସଂସ୍କୃତି ବିଶ୍ବର ଅନ୍ୟତମ ପ୍ରାଚୀନ ଓ ସମୃଦ୍ଧ ସଂସ୍କୃତି । ପ୍ରାଚୀନ କାଳରୁ ଆର୍ଯ୍ୟବର୍ତରେ ଯାଦବ ମାନଙ୍କ ଏକ ବଳିଷ୍ଠ ପୃଷ୍ଟଭୂମି ରହିଛି । ବିଶ୍ବ ଭାତୃତ୍ବର ବାର୍ତା ବହନ କରୁଥିବା ଏହି ମହାନ ଜାତି ଆଜି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଅବହେଳିତ ନିସ୍ପେଷିତ। ଜାତି ପ୍ରିତିର ଧ୍ବଜା ଉଡାଇବା ସହ ସମାଜର ପ୍ରତ୍ୟେକ ସ୍ଥରରେ ଯାଦବ ସ୍ବାଭିମାନ ରକ୍ଷା କରିବା ପାଇଁ ସମସ୍ତେ ଆଗଭର ହେବା ଜରୁରୀ ।

Omkar Vasthu
Omkar Vasthu

ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଗୋବିନ୍ଦ ବାଟିକାରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଥିବା
ଉପଖଣ୍ଡ ସ୍ଥରୀୟ ଯାଦବ ମହାସଭାର ନୂଆଖାଇ ଭେଟଘାଟରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗଦେଇ ସାମାଜିକ ବିଧୀ ବ୍ୟବସ୍ଥା , ନୂଆଖାଇର ମହତ୍ବ ସହ ଆଗାମୀ ନିର୍ବାଚନରେ ବିଭିନ୍ନ ଦଳ ଯାଦବ ପାର୍ଥୀ ମାନଙ୍କୁ ଟିକଟ ଦେବାକୁ ଦାବୀ କରାଯାଇଥିଲା । ଏହା ସହ ଯାଦବ ପାର୍ଥୀ ମାନଙ୍କୁ ଦଳ ମତ ନିର୍ବିଶେଷରେ ସହଯୋଗ କରିବାକୁ ସମାଜର ପ୍ରେତ୍ୟକ ଲୋକଙ୍କୁ ଅନୁରୋଧ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ଯାଦବ ମାନଙ୍କ ଏକ ବିରାଟ ପଟୁଆର ବନାବାଡି ନୃତ୍ୟ ସହ ନଗର ପରିକ୍ରମା କରି ଗୋବିନ୍ଦ ବାଟିକାରେ ପହଞ୍ଚିଥିଲା । ଜୟ ଯାଦବ ଜୟ ମାଧବ ଧ୍ବନୀରେ ପଂରକମ୍ପିତ ହେଉଥିଲା ଗଗନ ପବନ ।
ନୂଆଖାଇ ଭେଟଘାଟ ମଞ୍ଚରେ ସଭାପତିତ୍ବ କରିଥିଲେ ବରିଷ୍ଠ ଯାଦବ ବ୍ୟକ୍ତିତ୍ବ ପିତାମ୍ବର ବଗର୍ତି , ଏହି ଉତ୍ସବରେ ମୂଖ୍ୟ ଅତିଥୀ ଭାବେ ଉତ୍କଳ ଯାଦବ ମହାସଭାର ରାଜ୍ୟ ସାଧାରଣ ସଂପାଦକ ରାଜୁ ଘିଭେଲା ,

Udyog Nursery
Udyogi Nursery

ମୂଖ୍ୟ ବକ୍ତା ଭାବେ ବରିଷ୍ଠ ଯାଦବ ନେତା ଚିତ୍ତରଞ୍ଜନ କଂସ , ସମ୍ମାନିତ ଅତିଥି ଭାବେ କଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀ , ଟିଟିଲାଗଡ ଉପଖଣ୍ଡ ସ୍ଥରୀୟ ଯାଦବ ମହାସଭା ସଭାପତି ଘିନୁ ଆଡଜୁଆଡ , ବରିଷ୍ଠ ଯାଦବ ରାଜ କିଶୋର ଦାସ , ଲକ୍ଷ୍ମଣ ବାଗ , ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ଉପ ସଭାପତି ଦିଲ୍ଲୀପ ଖର୍ଶେଲ , ସଂକିର୍ତନ ବାଗ , ରାଜ୍ୟ ଲିଗାଲ ସେଲର ଆବାହକ ମନୋଜ ହାତୀ , ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ଶ୍ୟାମ ପ୍ରସାଦ ଗୋରିଆ , ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଦିଲ୍ଲୀପ ରାଜପଲିଆ ଯାଦବ ପ୍ରମୂଖ ମଞ୍ଚାସୀନ ଥିଲେ ।

ଛବିଲ ମନହିରା , ମନୋହର ବାଗ , ତିର୍ଥ ହାତୀ ,ରାଧେଶ୍ୟାମ କେତକି , ଦିନବନ୍ଧୁ ମନହିରା ପ୍ରମୂଖ ଙ୍କ ସହ ଅନେକ ଯାଦବ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.