ରାୟଗଡା ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଶିବିର

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ବ୍ଳକ ପରିସରରେ ବୁଧବାର ଦିନ ବ୍ଳକସ୍ତରୀୟ ଭୀମଭୋଇ ଭିନ୍‌କ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ରାମୁଲୁ ପେଦେଂଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଜିଲ୍ଳାପରିଷଦ ସଭ୍ୟା ଅମ୍ବିକା ବିଡିକା, ରାୟଗଡା ଭିନ୍ନକ୍ଷମ ମହାସଂଘ ଜିଲ୍ଳା ସଂପାଦକ ଅମରେନ୍ଦ୍ର ନାଥ, ବିଭିନ୍ନ ଗ୍ରାମ ପଂଚାୟତର ସରପଂଚ, ସମିତି ସଭ୍ୟ ଉପସ୍ଥିତ ରହିଥିଲେ । ଭୀମଭୋଇଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ହିତାଧିକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର, ଆୟ ପ୍ରମାଣ ପତ୍ର, ବସ ପାସ, ଭତା, ଛାତ୍ରବୃତି ତଥା ଡିଆରଆଇ ଋଣ ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ ତିନି ଚକିଆ ସାଇକେଲ, ସାହାରା ବାଡି, କର୍ଣ୍ଣ ଯନ୍ତ୍ର ଆଦି ବଂଟନ କରାଯାଇଥିଲା ।


ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନୂତନ ଭିନ୍ନକ୍ଷମମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଡା. ଏ.ରାମଚନ୍ଦ୍ର ଦୋରା ଓ ଡା. ନିକିତା ମହାନ୍ତି ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏଥିସହ ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଭତା, ବାଣିଶ୍ରୀ ଛାତ୍ରବୃତି ଓ ଋଣ ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା । ବ୍ଳକ ସମ୍ବଳ ବ୍ୟକ୍ତି ସର୍ବେଶ୍ୱର ରାଉତ ଓ ଲକି ପଣ୍ଡା ବାଣିଶ୍ରୀ ଛାତ୍ରବୃତି ନିମନ୍ତେ ଦରଖାସ୍ତ ଗ୍ରହଣ କରିଥିଲେ । ତହସିଲଦାର ରାୟଗଡାଙ୍କ ନିର୍ଦ୍ଦେଶ କ୍ରମେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଶିବିର ସ୍ଥଳରେ ଭିନ୍ନକ୍ଷମ ବ୍ୟକ୍ତି ପରିବାରର ଆୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସମସ୍ତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଂଟନ ସହ କରୋନା ଟୀକା ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରରେ ମୋଟ ୩୬୧ଜଣ ହିତାଧିକାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସଫଳତାକୁ ନେଇ ପରିଚାଳନାରେ ସହଯୋଗ କରିଥିବା ଅଙ୍ଗନବାଡି କର୍ମୀ, ସୁପରଭାଇଜର, ନିର୍ବାଚିତ ପ୍ରତିନିଧି ତଥା ଜିଲ୍ଳା ସଂପାଦକ ଶ୍ରୀ ନାଥଙ୍କୁ ବିଡିଓ ଶ୍ରୀ ସାବତ ଧନ୍ୟବାଦ ଅର୍ପଣ କରିଥିଲେ । ଅଜିତ୍ କୁମାର ହୋତା ଶିବିର ପରିଚାଳନା କରିଥିବା ବେଳେ ସମସ୍ତ ନିର୍ବାହୀ ଅଧିକାରୀ, ଜିଆରଏସ ଓ ବ୍ଳକ କର୍ମକର୍ତା ମାନେ ସହଯୋଗ କରିଥିଲେ ଏବଂ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସମୀର ପଦକା ଓ ପେଦିନା ଶ୍ରୀକାନ୍ତ ଆୟୋଜନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.