ମ.ରାମପୁରକୁ ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟ କାର୍ଡ ଚିଠି

କଳାହାଣ୍ଡି, (ହେମନ୍ତ ସାହୁ): ଆଜିକୁ ପ୍ରାୟ ୨୬ ବର୍ଷରୁ ଉର୍ଦ୍ଧ ହେବ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ରାଜସ୍ଵ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ ପାଇଁ ଦାବି ହୋଇଆସୁଛି। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଦାବୀ ହେଉଛି। ଏହାପରେ ବ୍ଲକର ଆଇନଜୀବୀ, ବୁଦ୍ଧିଜିବୀ, ଗଣ ମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ରାଜସ୍ଵ ଉପଖଣ୍ଡ ମାନ୍ୟତା ମିଳିତମଞ୍ଚ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ମଧ୍ଯ ପ୍ରଦାନ କରଯାଇଛି। ଏହାପରେ ଗତ କିଛି ଦିନ ତଳେ ଉକ୍ତ ସମସ୍ୟା କୁ ନେଇ ମ.ରାମପୁର ସହରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ମଧ୍ୟ ଦେଇଥିବା ଦେଖାଯାଇଥିଲା। ଭୌଗଳିକ ଦୃଷ୍ଟିକୋଣରୁ ବିଚାରକୁ ନେଲେ ମ.ରାମପୁର ବ୍ଳକଟି ପଡୋଶୀ ବଲାଙ୍ଗିର ଓ କନ୍ଧମାଲ ଜିଲ୍ଲାର ସୀମାନ୍ତବର୍ତ୍ତିରେ ଅବସ୍ଥିତ ଓ ନର୍ଲା ଏବଂ କର୍ଲାମୁଣ୍ଡା ବ୍ଲକର ମଧ୍ୟସ୍ଥଳୀ। ଏଠାରେ ଜେଏମଏଫସି କୋର୍ଟ, ସିଭିଲ କୋର୍ଟ, ସବଜେଲ୍ , ସବ୍ ଟ୍ରେଜେରି, ଯୋଗାଣ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ତଥା ରାଜସ୍ୱ ସବଡ଼ିଭିଜନ ପାଇଁ ଅନେକ କାର୍ଯ୍ୟାଳୟ ଓ ଉପଯୋଗୀ ଜାଗା ରହିଚି। ଏଣୁ ରାଜ୍ୟ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜନ ସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବେ ବୋଲି ଆଶା କରାଯାଉଛି। କିନ୍ତୁ ଏହାରି ଭିତରେ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା କୌଣଷି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆଜି ଏହି ଆନ୍ଦୋଳନର ସକ୍ରିୟ ସଦସ୍ୟ ଶ୍ରୀ ପ୍ରକାଶ ମାଝୀ ଙ୍କ ନେତୃତ୍ଵରେ ରାଜସ୍ଵ ଉପଖଣ୍ଡ ଉଦ୍ଧେଶିତ ଆଦିବାସୀ ସଂଗ୍ରାମ ମଞ୍ଚ ଓ ୩ ଗୋଟି ବ୍ଲକର ସଚେତନ ଜନସାଧାରଣଙ୍କ ମିଳିତ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲକ୍ଷାଧିକ ପୋଷ୍ଟ କାର୍ଡ ଗୁଡ଼ିକୁ ଅଞ୍ଚଳର ଜନତାଙ୍କ ପକ୍ଷରୁ ପଠେଇବାର ପ୍ରକ୍ରିୟାକୁ ଆଜି ମ.ରାମପୁର ଅଞ୍ଚଳରୁ ଶୁଭାରମ୍ଭ କରାଯାଇଛି। ଏହା ସମସ୍ତ ପଞ୍ଚାୟତରେ ମଧ୍ୟ ଚାଲୁରହିବା ନେଇ ସୂଚନା ରହିଛି। ଏଥିରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ଗଙ୍ଗାଧର ପ୍ରହରାଜ, ଧୋବା ପନ୍ଦର, ରାଜୁ ମାଝୀ, ଅଶୋକ କୁମାର ପଟ୍ଟନାୟକ, ରଶ୍ମି ରଞ୍ଜନ ପ୍ରହରାଜ, ଲୋଚନ ଧାରୁଆ, ବିଶ୍ୱଜିତ୍ ଚାଟାର୍ଜୀ, ଧନୂର୍ଯ୍ୟ ମହାରଣା, ଗଜେନ୍ଦ୍ର ଗହିର, ଲବିର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.