ଫରଙ୍ଗ ମାଣବସା ଲକ୍ଷ୍ମୀ ପୂଜା ଉପଲକ୍ଷେ ୫ ଦିନ ଧରି ପ୍ରଦର୍ଶିତ ହେଲା ମା ଶକ୍ତିମୟୀ ଗଣନାଟ୍ୟ

ଟେମରି, (ଜଗଜ୍ଜିବନ ସା): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗଠାରେ ୩୧ ତମ ମାଣ ବସା ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଯାଇଅଛି। ଗତ ମଙ୍ଗଳବାର ଦିନ ଗାଁର ମହିଳା ମାନଙ୍କୁ ନେଇ କଳସ ଯାତ୍ରା କରାଯାଇ ପୂଜାର ଶୁଭାରମ୍ଭ ହୋଇଥିଲା। ଏଥିରେ କର୍ତ୍ତା ଭାବରେ ନୀଳକଣ୍ଠ ମାଝୀ ଓ ଧର୍ମପତ୍ନୀ ମଦନା ମାଝୀ ପୁଜା କାର୍ଯ୍ଯ ତୁଲାଇଥିବା ବେଳେ ପୂଜକ ଭାବରେ ଭୁବନେଶ୍ୱର ପାତ୍ର, ଗାୟକ ଭାବରେ ଅଶ୍ୱିନ ଶତପଥୀ, ଉଗ୍ରେ ଦାସ, ଭୁବନେ ଦାସ, ପ୍ରତାପ ଖମାରୀ ପୁରୋହିତ କାର୍ଯ୍ୟ ସମ୍ପାଦନା କରିଥିଲେ ।

Omkar Vasthu
Omkar Vasthu


ପୂଜା କମିଟି ସଭାପତି ଉଦିଆ ନିଆଲ, ସମ୍ପାଦକ ସୁଶୀଲ ପଧlନ, ମନୋଜ ଗଡତିଆ, ଥବିର ସା, ଦେବେନ୍ଦ୍ର ବାରିକ, ଜୟ ବାରିକ ଆଦି ପରିଚାଳନା କରି ଥିବା ବେଳେ ଏହି ଗ୍ରାମବାସୀ ସହଯୋଗ କରି ଥିଲେ। ୫ ଦିନ ଧରି ମା ଶକ୍ତିମୟୀ ଗଣନାଟ୍ୟ ପ୍ରଦର୍ଶନ କରାଯାଇଥିଲା। ଏହାକୁ ଅଞ୍ଚଳର ଶହଶହ ଦର୍ଶକ ଉପଭୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.