ପତୋରାଠାରେ ମିଡ଼ିଆ ଫୋରମ ବୈଠକ

ନୂଆପଡା: ପ୍ରସିଦ୍ଧ ଯୋଗେଶ୍ୱର ପୀଠ ପତୋରା ସ୍ଥିତ ଡାକ ବଙ୍ଗଳା ଠାରେ ମିଡ଼ିଆ ଫୋରମର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ମାୟାଧର ସରାଫଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିଥି ଭାବେ ନୂଆପଡା ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର ଓ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ଉପ ସଭାପତି ଲୋକନାଥ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ବରିଷ୍ଠ ସାମ୍ବାଦିକ ବିମଳ ସିଂ ଦଳପତି, ଯୁବ ସାମ୍ବାଦିକ ରତନ କେତକୀ, ଅଶ୍ୱିନୀ ପାଣିଗ୍ରାହୀ, ଅଂଶୁମାନ ଅଗସ୍ତି ଓ ରାହୁଲ ଯାଦବ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ କେମିତି ଅଧିକରୁ ଅଧିକ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ଉପସ୍ଥାପନ କରି ସମାଧାନ କରିବାର ବାଟ ବାହାର କରିହେବ ସେ ନେଇ ନୂତନ ବର୍ଷରେ ସଂକଳ୍ପ ନେଇଥିଲେ ।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.