ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକ ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): କଲମପୁର ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏବିଇଓ) ବୀରେନ୍ଦ୍ର କୁମାର ପଣ୍ଡାଙ୍କୁ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ପଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ବାଳଗୋପାଳ ତେଣ୍ଡକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିଶଙ୍କର ବାଗ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିକ୍ଷକ ନେତା ମୋହନ ପ୍ରସାଦ ମୁଣ୍ଡ, ଶିକ୍ଷାବିତ ପ୍ରଭାସ ଚନ୍ଦ୍ର ବେହେରା, ନୃସିଂହ ଚରଣ ଠାକୁର, କୃଷ୍ଣଚନ୍ଦ୍ର ମୁଣ୍ଡ, ଦୟାନିଧି ବାଣୁଆ ଏବଂ ହାସେନ ଅଲ୍ଲୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପଣ୍ଡାଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ, ପ୍ରମୋଦ କୁମାର ବିଶି, ସନାତନ ଭଞ୍ଜ, ନରେନ୍ଦ୍ର ସାହୁ ଏବଂ ରାହାସ ବିହାରୀ ତେଣ୍ଡକାରୀ ଏବିଇଓ ଶ୍ରୀ ପଣ୍ଡାଙ୍କ ସହ ବିତାଇଥିବା ମୁହୂର୍ତ୍ତ ସବୁକୁ ମନେପକାଇଥିଲେ । ଏବିଇଓ ଶ୍ରୀ ପଣ୍ଡା ମଧ୍ୟ ନିଜ ଶିକ୍ଷକ ଜୀବନରେ ସମ୍ମୁଖୀନ ହେଇଥିବା କିଛି ଅନୁଭୂତି, ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଶିକ୍ଷକ ମନ୍ମଥ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.