ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ ପକ୍ଷରୁ ବିଜୟ ଦିବସ, ଶିକ୍ଷା ଦିବସ ଓ ଶିକ୍ଷକ ଦିବସ ପାଳିତ

● ଦଳିତମାନେ ଏକତା ହେବାର ସମୟ ଆସିଛି

ନର୍ଲା, (ନିରଞ୍ଜନ ଗଉଡ) : ଜ୍ଞାନ ଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ଜୟନ୍ତୀକୁ ଶିକ୍ଷକ ଦିବସ ଭାବେ ପାଳନ କରିଛି ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି ନର୍ଲା ବ୍ଲକ । ଏହାସହ ବିଜୟ ଦିବସ ଓ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ନର୍ଲା ପେସିଫିକ ପବ୍ଲିକ ସ୍କୁଲ ପରିସରରେ ଏନେଇ ଆୟୋଜିତ ଭବ୍ୟ ସମାରୋହରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସଂଘର ସଦସ୍ୟ/ସଦସ୍ୟା ତଥା ଆମ୍ବେଦକରବାଦିମାନେ ଯୋଗ ଦେଇଥିଲେ । ପ୍ରଥମେ ଏକ ବିଶାଳ ଶୋଭାଯାତ୍ରାରେ ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସଭା ସ୍ଥଳକୁ ଆସି ପହଞ୍ଚିଥିଲେ । ନୂତନ ବର୍ଷ ୨୦୨୨ ପ୍ରାରମ୍ଭରେ ଆଜି ଶିକ୍ଷକ ଦିବସ ସହ ବିଜୟ ଦିବସ ପାଳନ କରାଯାଇଥିଲା ।

Omkar Vasthu
Omkar Vasthu


ନର୍ଲା ବ୍ଲକ ସିଡ୍ୟୁଲକାଷ୍ଟ ଫେଡେରେସନ ସଭାପତି ରଘୁନାଥ ଦୀପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ କଳାହାଣ୍ଡି ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ଅଧ୍ୟାପକ ଜିତେନ୍ଦ୍ର ସୁନା, ରମଣୀ ଦୁରିଆ, ରଜନୀକାନ୍ତ କୁମାର, କବିତା ବାଗ, ବିଜୟଲକ୍ଷ୍ମୀ ସ୍ବର୍ଣ୍ଣ, ବାସନ୍ତୀ ସତନାମି, ଡ଼ଃ ବିବେକାନନ୍ଦ ମହାନନ୍ଦ, ଅଭିରାମ ନନ୍ଦ, ଯୋଗେଶ୍ବର ସାଗର, ଏସ ସୁଜାତା, କାମରାଜ ନାଏକ, ଅଇନଜିବୀ ଦିଗାମ୍ବର ଦୁରିଆ, ଯତିନ୍ଦ୍ର କର, ଶ୍ରୀବତ୍ସ ତାଣ୍ଡି, ଜ୍ୟୋର୍ତିମୟୀ ଜାଲ, ରାମସ୍ବାମୀ ନାଏକ, ସୁଶିଲ କୁମାର ବାଗ ଓ ଲିଙ୍ଗରାଜ ଆଜାଦ ପ୍ରମୁଖ ମଞ୍ଚାସୀନ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରାରମ୍ଭରେ ମହାପୁରୁଷମାନଙ୍କ ପ୍ରତିକୃତରେ ଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ ସହ ତ୍ରିଶରଣ ପଞ୍ଚଶୀଳ ଗାନ କରାଯାଇଥିଲା । ଅତିଥିମାନେ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବାସହ ଦଳିତମାନେ ଏକତା ହେବାର ସମୟ ଆସିଛି ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲଙ୍କ ସହ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ଆଜକୁ ୨୦୪ ବର୍ଷ ପୂର୍ବେ ମହାରାଷ୍ଟ୍ରର ଭୀମାକୋରେଗାଁ ଠାରେ ଇଂରେଜ ସରକାରଙ୍କ ତରଫରୁ ମାହାର ସୈନ୍ୟ ଓ ବ୍ରାହ୍ମଣବାଦର ଦୁର୍ଗ ପେସଓ୍ବା ସାମ୍ରାଜ୍ୟ ମଧ୍ୟରେ ଯୁଦ୍ଧ ହୋଇଥିଲା । ମାତ୍ର ୫୦୦ ମାହାର ସୈନ୍ୟ ୨୮ ହଜାର ପେସଓ୍ବା ସୈନ୍ୟଙ୍କୁ ପରାସ୍ତ କରିଥିଲେ । ଏହି ଯୁଦ୍ଧ ଥିଲା ମନୁବାଦୀ ବ୍ରାହ୍ମଣବାଦ ଉପରେ ମାନବବାଦର ବିଜୟ । ତେଣୁ ଏହାର ସ୍ମାରକୀ ସ୍ବରୂପ ବିଜୟ ଦିବସ ପାଳନ କରାଯାଇଥାଏ ।


ସେହିପରି ଭାବେ ସାମାଜିକ କ୍ରାନ୍ତିର ପିତାମହ ମହାତ୍ମା ଜ୍ୟୋତିବା ଫୁଲେ ୧ ଜାନୁଆରୀ ୧୮୪୮ ମସିହାରେ ଶୁଦ୍ର ଏବଂ ମହିଳାମାନଙ୍କୁ ଶିକ୍ଷିତ କରିବାପାଇଁ ପୁନାର ଭିଲଓ୍ବାଡାଠାରେ ଦେଶର ପ୍ରଥମ ପାଠଶାଳା ଆରମ୍ଭ କରିଥିଲେ । ଏହି ଦିନକୁ ମନେପକାଇବା ପାଇଁ ଶିକ୍ଷା ଦିବସ ପାଳନ କରାଯାଏ । ସେହିପରି ଭାବେ ଜ୍ଞାନ ଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ଜୟନ୍ତୀ ଜାନୁଆରୀ ୩କୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ନର୍ଲା ଠାରେ ହଜାର ହଜାର ଦଳିତ ସଂପ୍ରଦାୟଙ୍କ ସମାଗମରେ ବିଜୟ ଦିବସ, ଶିକ୍ଷା ଦିବସ ଓ ଶିକ୍ଷକ ଦିବସ ପାଳନ କରାଯାଇଥିଲା । ପ୍ରକାଶ ସାଗର, ସୁଷମା ସୁନା ଓ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.