ନୂଆପଡା ଠାରେ ସାହୁ ସମାଜର ମହାସମାବେଶ ରାଜିମ ଜୟନ୍ତୀରେ ଯୋଗଦେବେ ଛତିଶଗଡ ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁ

ନୂଆପଡା,୭/୩ : ଆସନ୍ତା ୧୧ ତାରିଖ ଦିନ ନୂଆପଡା ପୋଲିସ ପଡିଆ ଠାରେ ନୂଆପଡା ଜିଲ୍ଲା ସାହୁ ସମାଜ ତରଫରୁ ରାଜିମ ଜୟନ୍ତୀ ପାଳନ ଅବସରରେ ଛତିଶଗଡର ମାନ୍ୟବର ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ସାହୁ ସମାଜ ର ଉପ ସଭାପତି ଚିନ୍ନିଲାଲ ସାହୁ ଅଗ୍ରାମୀ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସାହୁ ସମାଜର ସମସ୍ତ କାର୍ଯ୍ୟକର୍ତ୍ତା ଓ ସମସ୍ତ ସାହୁ ପରିବାର ଏକାଠି ମିଶି ପୋଲିସ ପଡିଆ ଠାରେ ରାଜିମ ଜୟନ୍ତୀ ଧୁମଧାମ ରେ ପାଳନ କରିବେ ଓ ସ୍ଥାନୀୟ ବିଧାୟକ ତଥା ବିଜେପି ଓଡିଶା ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, କଂଗ୍ରେସ ଜାତୀୟ ସମ୍ପାଦକ ତଥା ଓଡିଶା ରାଜ୍ୟ ପ୍ରଚାରକ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ପୂର୍ବତନ ବିଧାୟକ ନୂଆପଡା ତଥା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ଏହି ସାହୁ ସମାଜର ରାଜିମ ଜୟନ୍ତୀ ର ମହାସମାବେଶ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ମହାସମାବେଶ ରେ ଜିଲ୍ଲାରୁ ପାଞ୍ଚହଜାର ଜନ ସମାଗମ ହେବା ସ୍ଥିରିକୃତ ହୋଇଥିବାରୁ ସେହି ହିସାବରେ କାର୍ଯ୍ୟକ୍ରମର ପ୍ରସ୍ତୁତି କରାହେଉଛି ବୋଲି ଜିଲ୍ଲା ସାହୁ ସମାଜ ର ସାଧାରଣ ସମ୍ପାଦକ ଧନୀରାମ ସାହୁ ପୂର୍ବ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

For latest news & views update

Udyog Nursery
Udyogi Nursery

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.