ନୀଳଗିରି ଚାଷୀ ବିକାଶର ସହାୟକ ହେବ -ଜେକେ କାଗଜ କଳ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଜେକେ କାଗଜ କଳ ଓ ଭିସିସିଏଲର ମିଳିତ ସହଭାଗିତାରେ ନୀଳଗିରି ଚାଷ ପାଇଁ ଅନେକ ପ୍ରକାର ସୁବିଧା ଦେଇ ଚାଷୀକୁ ବିକାସମୁଖୀ କରୁଥିବା ବେଳେ ଆଜି ଜେକେପୁର ଠାରେ ଏକ ପୁରସ୍କାର ବିତରଣ ସହ ବୈଠକ କରାଯାଇଛି । ସମୟ ସ୍ରୋତରେ ବାଉଁଶରୁ କାଗଜ ପ୍ରସ୍ତୁତ କରାଯାଉଥିଲା ବେଳେ ବାଉଁଶ ଚାଷ ତଥା ଜଙ୍ଗଲ କ୍ଷୟକୁ ଲକ୍ଷ୍ୟ ରଖି ଜେକେ କାଗଜ କଳ ତରଫରୁ ଚାଷୀଙ୍କୁ ସମସ୍ତ ପ୍ରୋତ୍ସାହନ ଦେଇ ନୀଳଗିରି ଚାଷ ପାଇଁ ରାୟଗଡା ଜିଲ୍ଲାର ଅଧିକାଂଶ ଜାଗାରେ ନୀଳଗିରି ଚାଷ ଦେଖିବାକୁ ମିଳୁଛି । ନୀଳଗିରି ଚାଷ ପାଇଁ ସମସ୍ତ ସୁବିଧା ସୁଯୋଗ ଦେଇ ଜେକେ କାଗଜ କଳ ସାଧାରଣ ଲୋକଙ୍କୁ ଆତ୍ମନିର୍ଭର କରି ବଂଚିବା ସହ ଆର୍ଥିକ ସ୍ୱଚ୍ଛଳ ରୂପେ ଗଢି ତୋଳିବାର ସହାୟକ ହେଉଛି । ପ୍ରଥମ ଥର ପାଇଁ ଜେକେ କାଗଜକଳରେ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡିଶାର ସମଗ୍ର ନୀଳଗିରି ଫସଲ ଉତ୍ପାଦନର ଚାଷୀଙ୍କୁ ଆହୁରି ମଜବୁତ କରି ସୁଦୃଢ଼ ହେବା ଆଜିର ବୈଠକରେ ଆଲୋଚନା କରାଯାଇଥିଲା ।


କୋଭିଡ କଟକଣା ଭିତରେ ଆଜିର ଏହି କାର୍ଯ୍ୟକ୍ରମ ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପସଭାପତି (କାର୍ମିକ) ବିଶ୍ଵଜିତ ଦ୍ବିବେଦୀଙ୍କ ପୌରହିତ୍ୟରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଜୟ ରଥ, ପି. କେ କୁଇଲା ନୀଳଗିରି ଫସଲର ସଫଳତା ବିଷୟରେ ଅଧିକ ଅର୍ଥ ଆଦାୟ ତଥା ନୀଳଗିରି ଚାଷରେ ଥରେ ଫସଲ ଲଗେଇ ଦୁଇରୁ ତିନି ଥର ଅମଳ କରି କିଭଳି ଚାଷୀ ଅଧିକ ଲାଭବାନ ହୁଅନ୍ତୁ ସେ ବିଷୟରେ ଆଲୋକପାତ କରିଥିଲେ । ତେବେ ଅନେକ ଜାଗାରେ ନୀଳଗିରି ଚାଷ କରି ସାଧାରଣ ଲୋକେ ଲାଭବାନ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କର୍ତ୍ତୁପକ୍ଷମାନେ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.