ଫକୀରମୋହନ ଫାଉଣ୍ଡେସନ ତରଫରୁ ଫକୀର ମୋହନ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଫକୀମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଓଡ଼ିଶା ଶାଖା ତରଫରୁ ଫକୀରମୋହନ ଜୟନ୍ତୀ ନଭସଂଚାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କାର୍ଯକ୍ରମର ପ୍ରାରମ୍ଭରେ ଓଡ଼ିଆ ସାହିତ୍ୟର ସେନାପତି ଫକୀରମୋହନ ସେନାପତିଙ୍କ ଜନ୍ମ ଦିନ ପାଇଁ ସମସ୍ତେ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ଫକୀରମୋହନଙ୍କ ଅଣନାତୁଣୀ ତଥା ଫାଉଣ୍ଡସନର ମ୍ୟାନେଜିଂ ଟ୍ରଷ୍ଟି ଡ. ମୋନିକା ଦାସ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ । ଜୟନ୍ତୀ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇଥିବା କାଂସା କଲ୍ଚରାଲ ସେଣ୍ଟର ଟରୋଣ୍ଟୋ କାନାଡାର ମହାନିର୍ଦ୍ଦେଶିକା ଡ. ସୁନନ୍ଦା ମିଶ୍ର ପଣ୍ଡା ଓ ନିର୍ଦ୍ଦେଶକ ଡ. ତନ୍ମୟ ପଣ୍ଡାଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଅତିଥିମାନେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶେଷ ଆକର୍ଷଣ ଥିଲା ଗଳ୍ପ କଥୟିତା ପ୍ରାଚୀତାରା ମିଶ୍ରଙ୍କ ଦ୍ଵାରା ଫକୀରମୋହନ ସେନାପତିଙ୍କ ରଚିତ “ପେଟେଣ୍ଟ ମେଡ଼ିସିନ” ଗଳ୍ପର ନାଟକୀୟ କଥନ । ସଭାରମ୍ଭ ଓ ଶେଷରେ ଫକୀରମୋହନଙ୍କ ରଚିତ କବିତାକୁ ସଙ୍ଗୀତର ସ୍ୱର ଦେଇ ଗାନ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ।

Omkar Vasthu
Omkar Vasthu


ଫକୀରମୋହନଙ୍କ ରଚିତ କବିତାକୁ ଆବୃତ୍ତି କରିଥିଲେ ବିଶିଷ୍ଟ କବି ମୌସୁମୀ ଦାସ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଓ କବି ଡ. ସଂଘମିତ୍ରା ଭଞ୍ଜ, ସାଲେପୁର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ଡ. ବୈଜୟନ୍ତୀ ନାୟକ, ଅଧ୍ୟାପିକା ଓ କବି ଡ. ତନ୍ମୟୀ ପଣ୍ଡା , ଶାନ୍ତିନିକେତନର ଛାତ୍ରୀ ନିରୁପମା ପ୍ରଧାନ ଓ ଶୀତଲ ମିଶ୍ର । ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଫାଉଣ୍ଡେସନ ସଚିବ ରବୀନ୍ଦ୍ର କୁମାର ଦାସ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଫାଉଣ୍ଡେସନର ଓଡ଼ିଶା ଶାଖାର ମହା ନିର୍ଦ୍ଦେଶିକା ତଥା ବିଶିଷ୍ଟ ଔପନ୍ୟାସିକା ଓ ଗାଳ୍ପିକା ହିରଣ୍ମୟୀ ମିଶ୍ର । କୋଭିଡ୍ କଟକଣା ଯୋଗୁଁ ଅନଲାଇନ ମାଧ୍ୟମରେ ଆୟୋଜିତ ଏହି କାର୍ଯକ୍ରମରେ ଓଡ଼ିଶା ଓ ଓଡ଼ିଶା ବାହାରୁ ଅନେକ ସାହିତ୍ୟ ପ୍ରେମୀ ଓ ସାହିତ୍ୟିକ ଯୋଗ ଦେଇଥିଲେ । ଓଡ଼ିଆ ସାହିତ୍ୟର ବିଶିଷ୍ଟ ନାଟ୍ୟକାର ଓ ଅଭିନେତା ଡ. ଅନନ୍ତ ମହାପାତ୍ର, ଅନୁବାଦିକା ଓ ଗାଳ୍ପିକା ନନ୍ଦିତା ମହାନ୍ତି, ସୁଚେତା ପାତ୍ର, କବି ନବଜ୍ୟୋତି ରାୟ , ଗାଳ୍ପିକା ଶ୍ରୁତକିର୍ତ୍ତୀ ତ୍ରିପାଠୀ, ଯୁବ ଲେଖକ ଡିଲେଶ୍ୱର ରଣାଙ୍କ ସମେତ ଆହୁରି ଅନେକ ବିଶିଷ୍ଟ ଲେଖକ ଓ ଲେଖିକା, ଗବେଷକ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଡ. ମୋନିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.