ରାୟଗଡା ଜିଲ୍ଳା କଲ୍ୟାଣ ବିଭାଗରେ ସିଧାସଳଖ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ପକ୍ଷପାତିତା ଅଭିଯୋଗ

● ବି.ଏଡ୍. ତାଲିମ ପ୍ରାପ୍ତ ପ୍ରାର୍ଥୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜିଲ୍ଳାପାଳଙ୍କୁ ଦାବିପତ୍ର

ରାୟଗଡା, (ଶିବ ନାରାୟଣ ଗୈାଡ): ସର୍ବଭାରତୀୟ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ଗୋଷ୍ଠୀ ଏମ୍ଳୋଇଜ୍ ଫେଡେରେସନ୍‌, ରାୟଗଡା ଜିଲ୍ଳା ୟୁନିଟ୍ ସଭାପତି ଅଭିମନ୍ୟୁ କନ୍ଧପାଣି, ଜିଲ୍ଳା ସଂଯୋଜକ ଜନାର୍ଦ୍ଦର୍ନ ଗରଡା ଓ ଶହୀଦ ଲକ୍ଷ୍ମଣ ନାୟକ ଯୁବକ ସଂଘ, ଆମ୍ବଗୁଡା ସଭାପତି ଦୋରା କଣ୍ଡାଗରୀଙ୍କ ପକ୍ଷରୁ ଜିଲ୍ଳା କଲ୍ୟାଣ ବିଭାଗ ଦ୍ୱାରା ସିଧାସଳଖ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ପକ୍ଷପାତିତା କରାଯାଇଥିବା ଅଭିଯୋଗ ନେଇ ଜିଲ୍ଳାପାଳ ରାୟଗଡାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ପୁନଃ ସମୀକ୍ଷା କରାଯାଇ ଟିଜିଟି (କଳା) ପଦବୀ ନିମନ୍ତେ ସିଧାସଳଖ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ ସ୍ୱରୁପ ବିଞାପନରେ ସଂଶୋଧନ କରାଯିବା ପାଇଁ ଦାବି କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ଜିଲ୍ଳା ମଙ୍ଗଳ ବିଭାଗ ଦ୍ୱାରା ସଦ୍ୟ ପ୍ରକାଶିତ ବିଞାପନ ସଂଖ୍ୟା ୩୨/୨୦୨୨ତା.୪/୧/୨୦୨୨ ଅନୁଯାୟୀ ବିଭିନ୍ନ ବର୍ଗର ମୋଟ ଶିକ୍ଷକ ପଦବୀ ସଂଖ୍ୟା ମାତ୍ର ୧୩ଟି ଦର୍ଶାଯାଇଛି । ତେବେ ବି.ଏ.ବି.ଏଡ୍ ପଦୋନ୍ନତି ତାଲିକା ଚିଠି ସଂଖ୍ୟା ୨୨୧/୨୦୨୧ ତା.୧୫/୧/୨୧ ଅନୁଯାୟୀ ୧୬ଜଣଙ୍କୁ ଟିଜିଟି (ବି.ଏ.ବି.ଏଡ) ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ପ୍ରକାଶ ଥାଉ କି,ଏହି ପଦବୀ ଗୁଡିକ ସିଧାସଳଖ ନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ ଥିଲା । ଯେହେତୁ ୨୦୧୯ବର୍ଷରେ ୧୪ଜଣ ବିଭାଗୀୟ ବି.ଏ.ବି.ଏଡ. ଏବଂ ୩ଜଣ ବିଞାନ ଶିକ୍ଷକଙ୍କୁ ଟିଜିିଟି ପଦୋନ୍ନତି ଦିଆଯାଇଥିଲା । ସେହିପରି ୨୦୧୯ବର୍ଷର ଖାଲିଥିବା ୫୦ପ୍ରତିଶତ ପଦବୀ ବିଞାପନ ଦିଆଯାଇ ସିଧାସଳଖ ନିଯୁକ୍ତି ଦିଆଯିବାର ନିୟମ ରହିଥିବା ବେଳେ ଗତ ୨୦୨୧ବର୍ଷରେ ପୁଣି ୧୬ଜଣ ଟିଜିଟି କଳା ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । ବର୍ତମାନ ଚଳିତ ମାସରେ ବସିବାକୁ ଥିବା ଡିପିସରେ ବହୁ ଟିଜିଟି (କଳା) ଶିକ୍ଷକଙ୍କୁ ପୁଣି ପଦୋନ୍ନତି ଦେବାର ପ୍ରୟା କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡିଥିବା ନେଇ ଉକ୍ତ ଦୁଇ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଦି ଓଡିଶା ସବ୍‌ଓର୍ଡିନେଟ୍ ଟ୍ରାଇବଲ୍ ୱେଲଫେର୍ ଏଜୁକେସନ୍ (ରିକ୍ୱ୍ୟଟିମେଂଟ ଏବଂ କଣ୍ଡିସନ୍ ଅଫ୍ ସର୍ଭିସ) ରୁଲସ୍‌,୧୯୯୩ ଧାରା ୫ର ପାରା ୨ରେ ସ୍ପଷ୍ଟ ଭାବେ ଉଲ୍ଳେଖ ରହିଛି ଯେ, ପ୍ରତ୍ୟେକ ବର୍ଷ ଖାଲି ପଡୁଥିବା ମୂଳ ପଦବୀର ୫୦ପ୍ରତିଶତ ପଦବୀ ସିଧାସଳଖ (କଳା/ବିଜ୍ଞାନ/ସଂସ୍କୃତ/ହିନ୍ଦୀ) ଶିକ୍ଷକ ନିଯୁକ୍ତି ପାଇବେ । ସେପରି ପାରା ୩ରେ ୫୦ପ୍ରତିଶତ ପଦୋନ୍ନତି ପାଇବେ ବୋଲି ଉଲ୍ଳେଖ ରହିଛି । କିନ୍ତୁ ପରିତାପର ବିଷୟ, ଜିଲ୍ଳାରେ ବି.ଏଡ୍‌. ତାଲିମ ପ୍ରାପ୍ତ ବେକାରୀ ଯୁବକଯୁବତୀମାନଙ୍କ ଅଧିକାରକୁ ଜଳାଜଂଳି ଦେଇ ସମୁଦାୟ ପଦବୀ ପଦୋନ୍ନତି ଦ୍ୱାରା ପୂରଣ କରାଯାଇଛି । ଯଦି ଜିଲ୍ଳାରେ ଏତେ ସଂଖ୍ୟକ ପଦବୀ ପଦୋନ୍ନତି ଦିଆଯାଇଛି ତାହା ହେଲେ ୨୦୧୯ ଏବଂ ୨୦୨୧ର ମୋଟ ୩୦ଟି କଳା ଶିକ୍ଷକ ପଦବୀ ସିଧାସଳଖ ନିଯୁକ୍ତି ଦିଆଯିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାହା ହେଲେ ୨ବର୍ଷରେ ଖାଲିଥିବା ପଦବୀ କେବଳ ୬୦ଟି ରହିଥିଲା କି ।

Udyog Nursery
Udyogi Nursery

ସରକାରଙ୍କ ଦ୍ୱାରା ନୂତନ ଭାବେ ସୃଷ୍ଟି ହୋଇଥିବା କେତେକ ହାଇସ୍କୁଲର ନୂତନ ପଦବୀକୁ ଖାଲିଥିବା ଦର୍ଶାଇ ଏ ପ୍ରକାର ଚଂଚକତା କରାଯାଇଛି ଏବଂ ପ୍ରତ୍ୟେକ ବର୍ଷ ଖାଲି ପଡୁଥିବା ନିୟମିତ ମଂଜୁରୀ ପଦବୀର ତାଲିକା ବର୍ଷୱାରୀ କାହିଁକି ପ୍ରକାଶ କରାଯାଉ ନାହିଁ ବୋଲି ପ୍ରଶ୍ନ କରାଯାଇଛି । ଏଥିସହ ନୂତନ ଭାବେ ମଂଜୁର ହୋଇଥିବା ନୂତନ ହାଇସ୍କୁଲ ପଦବୀ ସହ ମିଶାଇ ୫୦:୫୦ଅନୁପାତରେ ନ କରି ନିୟମିତ ପଦବୀର ଖାଲି ପଡୁଥିବା ୫୦ପ୍ରତିଶତ ପଦବୀ ୨୦୧୦ବର୍ଷରୁ ଗଣନା କରାଯାଇ ସିଧାସଳଖ ନିଯୁକ୍ତି ନିମନ୍ତେ ବ୍ୟବସ୍ଥା କରାଯାଉ ବୋଲି ଦାବି କରାଯିବା ସହ ଏସଟି ଏବଂ ଏସସି ବର୍ଗ ପ୍ରାର୍ଥୀଙ୍କ ସିଧାସଳଖ ନିଯୁକ୍ତି ନିମନ୍ତେ ସଂରକ୍ଷଣ ନିୟମ ଅନୁଯାୟୀ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଳେଖ ରହିଛି । ପ୍ରକାଶ ଥାଉ କି, ସଦ୍ୟ ପ୍ରକାଶିତ ବିଞାପନରେ ୭୩ଟି ପଦବୀ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.