ଆଧାର କାର୍ଡରେ ବ୍ୟାପକ ତ୍ରୁଟି, ପୁଅଙ୍କ କାର୍ଡରେ ବାପାଙ୍କ ତଥ୍ୟ

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ଗୌନ୍ତିଆପଡାର ଗୋରେଖ ଛତ୍ରୀଆ(୪୯) ଦୀର୍ଘ ଦିନ ହେବ ଏକ ଅଜଣା ରୋଗରେ ପୀଡିତ ହୋଇଛନ୍ତି । ତେବେ ଗତ ଛଅ ମାସ ହେଲା ତାଙ୍କର ବାମ ଗୋଡ଼ ଓ ହାତ ପକ୍ଷାଘାତ ରୋଗରେ ପୀଡିତ ହୋଇଥିବା ବେଳେ ନାହିଁ ନଥିବା ଯନ୍ତ୍ରଣା ଭାଗୁଛନ୍ତି । ମା ଓ ବାପା ବୟସର ଅପରାହ୍ନରେ । ତେବେ ବହୁ କଷ୍ଟ କରି ଲୋକଙ୍କୁ ଧାର କରଜ କରିବା ସହ ଅଳ୍ପ ବହୁତ ଚିକିତ୍ସା କରିଥିଲେ, ବର୍ତ୍ତମାନ ଅର୍ଥ ଅଭାବ ଯୋଗୁଁ ନିଜ ଭାଗ୍ୟ ଆଦରି ବସିଛନ୍ତି ପୁରା ପରିବାର । ଅର୍ଥ ଅଭାବରୁ ବାପା ମାଁ ଚାହିଁ ମଧ୍ୟ ପୁଅର ଚିକିତ୍ସା କରିପାରୁ ନାହାନ୍ତି । ଘର ଆର୍ଥିକ ଅବସ୍ଥା ଠିକ ନଥିବା ବେଳେ ବୟସାଧିକ୍ୟ ସତ୍ତ୍ୱେ ମଧ୍ୟ ବାପା ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ଅନ୍ୟପକ୍ଷରେ ଆଧାର କାର୍ଡରେ ତ୍ରୁଟି ରହିଥିବାରୁ ଗୋରେଖଙ୍କୁ ମାସିକ ଭତ୍ତା କିମ୍ବା ଅନ୍ୟ କିଛି ସରକାରୀ ସହାୟତା ମିଳୁନାହିଁ । ବିଜୁ ସ୍ୱାସ୍ଥ୍ୟ କାର୍ଡ ମିଳିଥିଲେ ମଧ୍ୟ ଆଧାର କାର୍ଡରେ ଭୁଲ ତଥ୍ୟ ଯୋଗୁଁ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି । ଆଧାର କାର୍ଡରେ ଗୋରେଖଙ୍କ କେବଳ ଫୋଟୋ ରହିଥିବା ବେଳେ ତଥ୍ୟ ନିଜ ବାପାଙ୍କର ରହିଯାଇଛି । ଏ ସମ୍ପର୍କରେ ଜୟପାଟଣା ବ୍ଲକ ସାମାଜ ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀଙ୍କୁ ପଚାରିବାରୁ ସେ ନିଶ୍ଚୟ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ କେବେ ଆଧାର ତ୍ରୁଟି ସଂଶୋଧନ ହେବ ଓ ଗୋରେଖ ସରକାରୀ ସହାୟତା ପାଇବେ ତାହା ଦେଖିବାକୁ ବାକି ରହିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.