ରାୟଗଡ : ୧୨୫ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଓ ୧୨ଟି ୱାର୍ଡର ୬ଟି କ୍ଳବକୁ କ୍ରୀଡା ଉପକରଣ ବିତରଣ

ରାୟଗଡା,୭/୩ : ରାୟଗଡ ପୈାର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସହରାଞ୍ଚଳରେ ପକ୍କା ଘର ନ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ହିତାଧିକାରୀମାନଙ୍କ ପାଇଁ ଗୃହ ନିର୍ମାଣ ନିମନ୍ତେ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଓଡିଶା ସହରାଞ୍ଚଳ ବାସଗୃହ ମିଶନ ଅର୍ନ୍ତଗତରେ ପୈାର ପରିଷଦର ୧୨୫ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ତଥା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଲାଲାବିହାରୀ ହିମିରିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଏହି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।

Omkar Vasthu
Omkar Vasthu

ସେହିପରି ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ରେ ପୈାର ପରିଷଦର ୩୫୦ଜଣ ହିତାଧିକାରୀ ଏହି ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ଆବେଦନ କରିଥିବା ବେଳେ ୧୨୫ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ଏବଂ ପର୍ଯ୍ୟାୟ କ୍ରମେ ବାକିତକ ହିତାଧିକାରୀଙ୍କୁ ଯଥାଶୀଘ୍ର କାର୍ଯ୍ୟାଦେଶ ପ୍ରଦାନ କରାଯିବ ଏବଂ କାର୍ଯ୍ୟାଦେଶର ୪ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କଲେ ୨୦ହଜାର ଟଙ୍କା ଏବଂ ୬ମାସ ଅବଧିରେ ଶେଷ କଲେ ୧୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ପୈାର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ସେହିପରି ଯୋଜନା ପ୍ରକାରେ ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ୨ଲକ୍ଷ ଏବଂ ହିତାଧିକାରୀ ନିଜ ହାତରୁ ୧ଲକ୍ଷ ଟଙ୍କା ମିଶାଇ ସମୁଦାୟ ୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୃହ ନିର୍ମାଣ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ୧୬୪ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା ।

Udyog Nursery
Udyogi Nursery

● ବିଜୁ ଯୁବ ବାହିନୀ ତରଫରୁ ୧୨ଟି ୱାର୍ଡର ୬ଟି କ୍ଳବକୁ କ୍ରୀଡା ଉପକରଣ ବିତରଣ

ସେହିପରି ଏହି କାର୍ଯ୍ୟକ୍ରମରେ ପରେ ବିଜୁ ଯୁବ ବାହିନୀ ତରଫରୁ ପୈାର ପରିଷଦର ୧୨ଟି ୱାର୍ଡର ୬ଟି କ୍ଳବକୁ ମୁଖ୍ୟ ଅତିଥି ଶ୍ରୀ ହିମିରିକାଙ୍କ ଦ୍ୱାରା ବିଭିନ୍ନ କ୍ରୀଡା ଉପକରଣମାନ ପ୍ରଦାନ କରାଯାଇଥିଲା । ଏହି ଦୁଇଟି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ର୍କଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ବିଜୁ ଯୁବ ବାହିନୀର ପୈାର ସଂସ୍ଥା ସଂଯୋଜକ ଚିତରଂଜନ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନୀରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.