ରାୟଗଡା,୯/୩/ : ରାୟଗଡା ଜିଲ୍ଳା କାଶିପୁର ବ୍ଳକରେ ଥିବା ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ବାଫଲିମାଳି ଖଣି ଅଂଚଳର ତଥା ଆଖାପାଖ ଗ୍ରାମର ପାଖାପାଖି ୭ଶହ ଜଣ ମହିଳାଙ୍କୁ ନେଇ ଯୋଗୀପାରିତୁଣ୍ଡା ଗ୍ରାମଠାରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ସମାଜରେ ମହିଳାଙ୍କ ସାମାଜିକ, ରାଜନୀତି, ସାଂସ୍କୃତିକ, ଅର୍ଥନୈତିକ ଆଦିରେ ପାଇଥିବା ସଫଳତା ଏବଂ ସମାଜ ପାଇଁ ତାଙ୍କ ଅଂଶଦାନ ଭଳି କିଛି ମହିଳା ଉଦ୍ୟୋଗୀଙ୍କୁ ଏହି ଦିବସ ପାଳନ ଉପଲକ୍ଷେ ସମ୍ବର୍ଦ୍ଧିତ କରାଯାଇ ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତାକୁ ବଜାୟ ରଖିବାର ପ୍ର୍ରୟାସ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ରହିଥିଲା ଉତ୍କଳ ଆଲୁମିନା କମ୍ପାନୀର ମୂଳ ଲକ୍ଷ୍ୟ ।
ଏହି କାର୍ଯ୍ୟକ୍ରମରେ କାଶିପୁର ତହସିଲଦାର ସୈାଭାଗ୍ୟ ବେହେରା ଯୋଗ ଦେଇ କମ୍ପାନୀର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଂଶସା କରିଥିବା ବେଳେ ମହିଳା ଗୋଷ୍ଠୀର ଉନ୍ନୟନ କାର୍ଯ୍ୟ ପାଇଁ କମ୍ପାନୀ ସମର୍ଥନ ଜଣାଇ ସରକାରୀ କଳ ସାହାର୍ଯ୍ୟରେ ମଧ୍ୟ ମହିଳାଙ୍କ ସଫଳତା କୁ ସମ୍ମାନ ଜଣାଉଥିବାରୁ ସିଡିପିଓ ନଳିନୀ ବୈରାଗୀ ସାଧୁବାଦ ଜଣାଇଥିଲେ । ସେହିପରି କମ୍ପାନୀର ଯୁଗ୍ମ ସଭାପତି ମଜହରଉଲ୍ଳା ବୈଗ୍ ମହିଳାଙ୍କ ପାଇଁ ଏପରି କାର୍ଯ୍ୟକ୍ରମଗୁଡିକ ଆଗାମୀ ଦିନରେ ବହୁ ସଂଖ୍ୟାରେ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଉପସଭାପତି ବିଆରକେ ପାଢୀ, ସିଆର-ଜିଏମ୍ ଡଃ.ଲୋପାମୁଦ୍ରା ପ୍ରିୀୟଦର୍ଶନୀ, ସିଏସଆର ବିଭାଗର ଡିଜିଏମ ଶିବଶଙ୍କର ମହାପାତ୍ରଙ୍କ ସମେତ ଉତ୍କଳୀନା କ୍ଳବର ହେନା ବୈଗ୍ ଏବଂ ସୁଧା କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ସିଏସଆର ବିଭାଗର ପରିଚାଳକ ସୁଶାନ୍ତ କୁମାର ଧଳ ଏବଂ ତାଙ୍କ ସାଥିଗଣଙ୍କ ସହ ସୁଧୀର ନାୟକ ଓ ନିରୂପମା ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।