ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେସିଙ୍ଗା ଠାରେ ଗଣିତ ଓ ବିଜ୍ଞାନ ମେଳା ଏବଂ ଅଭିଭାବକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ବିଜ୍ଞାନ ଓ ଗଣିତ ମେଳା ସହ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ଗଣିତକୁ ବୋଧଗମ୍ୟ କରିବା ପାଇଁ ଏକ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ରମେଶ ଜେନା, ଉମାଶଙ୍କର ସାହୁ ଓ ବୈଷ୍ଣବ ସାହା ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ମେଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ବିଜ୍ଞାନ ଓ ଗଣିତର ପ୍ରସ୍ତୁତ କରିଥିବା ନିଜ ନିଜର ଯୋଜନା ମାନ ପ୍ରଦର୍ଶନ କରିଥିଲେ । ଏହା ପରେ ପରେ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଶିକ୍ଷକ-ଅଭିଭାବକ ସମ୍ମିଳନୀ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ପାଠ ପଢା ସହ ମୋ ସ୍କୁଲ ଅଭିଯାନ, ସ୍ମାର୍ଟ ସ୍କୁଲ ଯୋଜନା ଓ ସ୍କୁଲର ବିଭିନ୍ନ ପ୍ରକାର ଅଭାବ ଅସୁବିଧାକୁ ନେଇ ଏକ ସକାରାତ୍ମକ ଆଲୋଚନା ହୋଇଥିଲା । ଏହି ସମ୍ମିଳନୀରେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ଉମାଶଙ୍କର ସାହୁ, ବୈଷ୍ଣବ ସାହା ଓ ରମେଶ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟ ପରିଚାଳନାରେ ସମସ୍ତ ଅଭିଭାବକଙ୍କ ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଦୀର୍ଘ ଦୁଇଟି ଶିକ୍ଷା ବର୍ଷ କରୋନା ମାଡ଼ରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି । ଅନ ଲାଇନ ପାଠ ପଢା ଯୋଗୁଁ ପିଲାମାନଙ୍କ କ୍ଲାସରୁମ ଶିକ୍ଷାପ୍ରତି ମଧ୍ୟ ଅଗ୍ରହ କମିଯିବା ସହ ହସ୍ତାକ୍ଷର ପ୍ରତି ମଧ୍ୟ ଆଗ୍ରହ କମି ଯାଇଛି । ଏଣୁ ପିଲାଙ୍କୁ ଏହି ବିଷୟରେ ପୂର୍ବ ପରି ଆଗ୍ରହ ସୃଷ୍ଟି କରି ଏକ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ଅଭିଭାବକ ଦୃଷ୍ଟି ଦେବାକୁ ବିଦ୍ୟାଳୟର ଶିକ୍ଷକ ମଣ୍ଡଳୀ ନିବେଦନ କରିଥିଲେ । ଏହି ସମ୍ମିଳନୀରେ ପ୍ରାୟ ସମସ୍ତ ଅଭିଭାବକ ଓ ଅଭିଭାବିକା ମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଆସନ୍ତା ଶିକ୍ଷା ବର୍ଷରୁ ଦୂରଦୂରାନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଛାତ୍ରାବାସ ଆରମ୍ଭ ସହ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା, ଖେଳ ପଡିଆ ଇତ୍ୟାଦିର ନିର୍ମାଣ ଓ ଉନ୍ନତି ପାଇଁ ସମୂହିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍କୁଲ ଶିକ୍ଷା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଶିକ୍ଷାର ମାନ ବୃଦ୍ଧି ଓ ଯୋଜନା ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ମତ ଉପସ୍ଥାପନ କରିଥିଲେ । ବିଦ୍ୟାଳୟ ପରିସରରେ ଇଂରାଜୀ ଭାଷାର ବହୁଳ ବ୍ୟବହାର ସହ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରି ପିଲାଙ୍କୁ କେରିଆର କାଉନସେଲିଙ୍ଗ କରିବାକୁ ଅନ୍ୟତମ ଅଭିଭାବକ ସୁଶାନ୍ତ ମହାପାତ୍ର ପ୍ରସ୍ତାବ ଦେଇଥିଲେ, ଯାହାକୁ ବାହୁମତରେ ସ୍ୱାଗତ କରାଯାଇଥିଲା। ଶେଷରେ ଇଂରାଜୀ ଶିକ୍ଷକ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.