ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ସ୍ଥିତ ରିଷିଡା ସ୍ଥିତ ମା ତାରିଣୀ ଶୈବ ଶକ୍ତି ପିଠ ଠାରେ ଝାମୁଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗ୍ରାମର ବୁଦ୍ଧିଜୀବିମାନେ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିବା ବେଳେ ମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେବାକୁ ଆଲୋଚନା କରିଥିଲେ । ପ୍ରସିଦ୍ଧ ଝାମୁଯାତ୍ରା ଓ ପଣାସଂକ୍ରାନ୍ତି ଉତ୍ସବର ପ୍ରଥମ ଦିନ ଗ୍ରାମ ପରିକ୍ରମା କରି ଦିତୀୟ ଦିନ ଝାମୁଯାତ୍ରା ଓ ତୃତୀୟ ଦିନ ପଣାସଂକ୍ରାନ୍ତି ପାଳନ ସହ ଉତ୍ସବ ଶେଷ ହେବ ବୋଲି ଜଣାପଡିଛି ।