ଆଭ୍ୟନ୍ତରୀଣ ଇଲାକାରୁ ଗୁମାନାଙ୍କ ଦୁଃଖ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମୁହଁରେ ବଢୁଛି ମାଂସ ପିଣ୍ଡୁଳା । ଦୁଇଥର ନିଜ ଅର୍ଥରେ ଯେତିକି ସମ୍ଭବ ଚିକିତ୍ସା କରେଇଥିଲେ । କିନ୍ତୁ ସଫଳ ହେଇନାହାନ୍ତି । ବଡ଼ ଧରଣର ଅପରେସନ୍ ପାଇଁ ଯେତିକି ସମ୍ବଳ ଦରକାର ସେତିକି କୁଆଡ଼ୁ ଭରଣା କରିପାରୁନାହାନ୍ତି । ଏଭଳି ଏକ ଜୀବନ ଯନ୍ତ୍ରଣାର ବିକଳ ଚିତ୍ର କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମାଓପ୍ରବଣ ଗ୍ରାମ ପଞ୍ଚାୟତ ଦେଢଶୂଳୀର ନାପାଡ଼ାଲୁ ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଗୁମାନା ହରିଜନ(୫୪)ଙ୍କ ମୁହଁରେ ଅସମ୍ଭବ ଭାବରେ ମାଂସ ବଢିରହିଛି । ଆଗରୁ ନିଜର ସୀମିତ ସମ୍ବଳରେ ଚିକିତ୍ସା କରାଇଥିଲେ ହେଁ ତାହା ତାଙ୍କୁ ସମୂର୍ଣ୍ଣ ଆରୋଗ୍ୟ କରିପାରିନି । ଏବେ ଏହିଭଳି ଅବସ୍ଥାରେ ସେ ଜୀବନ ଯନ୍ତ୍ରଣା ଭୋଗିବା ସହିତ ଆର୍ଥିକ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।